କନକ ବ୍ୟୁରୋ : ହଟ୍ଟଗୋଳ ଯୋଗୁଁ ପଞ୍ଚମ ଦିନରେ ବି ଚାଲିପାରିନି ଗୃହ କାର୍ଯ୍ୟ । ଅପରାହ୍ନ ୪ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ଆସନରୁ ଠିଆ ହୋଇ ନାରାବାଜି କରିଛନ୍ତି । ବିଜେପି ବିଧାୟକମାନେ ପୋଡିୟମ ତଳକୁ ଚାଲିଆସି ବିରୋଧ ପ୍ରଦର୍ଶନ କରିବାରୁ ଗୃହକକାର୍ଯ୍ୟ ଚାଲିପାରିନି । ଏହାପରେ ବାଚସ୍ପତି ସନ୍ଧ୍ୟା ୫ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଶାସକ ଦଳ ବିଧାୟକମାନେ ବିରୋଧୀ ଦଳ ନେତାଙ୍କୁ ମେଂଟାଲ ହେଲଥ ଡିଜଅର୍ଡର କହିଛନ୍ତି, ତାହାକୁ ଗୃହ ବିବରଣୀରୁ ବାଦ ଦେବାକୁ ଦାବି କରିଥିଲେ ବିରୋଧୀ । ସରକାରୀ ଦଳ ଅଭିଯୋଗ କଲେ ଗୃହ ବିବରଣୀରୁ ବାଦ ଦିଆଯାଉଛି, ହେଲେ ବିରୋଧୀ କହିଲେ ପରୀକ୍ଷା କରାଯାଉଛି ବୋଲି କୁହାଯାଉଛି ଏହାକୁ ନେଇ ବିରୋଧୀ ହଙ୍ଗାମା କରିଛନ୍ତି ।

Advertisment

ଆଜି ଶୂନ୍ୟ କାଳରେ ପୁଣି ଥରେ ଫାଇଭ-ଟି ସଚିବଙ୍କ ଗସ୍ତ ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆନ୍ଦୋଳନକାରୀଙ୍କୁ ନ୍ୟାୟ ଓ ରାଜ୍ୟରେ ସଚିବ ଶାସନକୁ ନେଇ ବର୍ଷିଛନ୍ତି । ପ୍ରଶ୍ନ କରି ପଚାରିଛନ୍ତି, ଗୃହରେ କହୁଛନ୍ତି ସିଏମଓ ଲୋକଙ୍କ କଥା ବୁଝିବାକୁ ଯାଉଛନ୍ତି । ସିଏମଓ କାହିଁକି ଆନ୍ଦୋଳନକାରୀଙ୍କ ସମସ୍ୟା ବୁଝିବାକୁ ଯାଉନାହାଁନ୍ତି । ସେହିପରି କଲେଜ ଛାତ୍ରଛାତ୍ରୀମାନଙ୍କୁ ଅଣାଯିବା କେଉଁ ପ୍ରକାର ଜନ ଶୁଣାଣି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜବାବରେ ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରି କହିଥିଲେ ବିରୋଧୀଙ୍କ ମଂଟାଲ ହେଲଥ ଡିଜଅର୍ଡର ହୋଇଛି ।

ଆଜି ପ୍ରଥମେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଥିଲା । କିନ୍ତୁ ପ୍ରଶ୍ନକାଳ ଶେଷ ହେବା ପରେ ପୁଣି ଥରେ ଫାଇଭ-ଟି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ।