କଂଗ୍ରେସ ସଦସ୍ୟଙ୍କ ନାରାବାଜୀରେ ଫାଟିଲା ବିଧାନସଭା: ହାଥରସ ଗଲାବେଳେ ରାହୁଲ ଗାନ୍ଧିଙ୍କୁ ପୋଲିସ ଦୁର୍ବ୍ୟବହାରର କଡା ପ୍ରତିବାଦ

ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

115

କନକ ବ୍ୟୁରୋ: ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା । ମୋଦି ଓ ଯୋଗୀଙ୍କ ବିରୋଧରେ ନାରାବାଜି । ହାଥରସ ଗଲାବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୋଲିସ ଯେଭଳି ଦୁର୍ବ୍ୟବହାର ପ୍ରଦର୍ଶନ କଲା, ତା ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ ସଦସ୍ୟ । ଗୃହର ମଧ୍ୟଭାଗକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ହଙ୍ଗାମା କରିଛନ୍ତି ।

ଯୋଗୀଙ୍କ ଇସ୍ତଫା ଦାବି କରିବା ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ ଜିନ୍ଦାବାଦ ପକାଇଛନ୍ତି କଂଗ୍ରେସ ବିଧାୟକ । ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାହୁଲ ଗାନ୍ଧୀଙ୍କୁ ପୋଲିସ ମାଡ ମାରିବା ଓ ଠେଲିଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ତେବେ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଫଳରେ ଗୃହ ୧୫ ମାନିଟ ଯାଏଁ ମୂଲତବୀ ହୋଇଥିଲା ।