ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ବିଧାନସଭା ପ୍ରଶ୍ନକାଳ : ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ

55

କନକ ବ୍ୟୁରୋ : ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ବିଧାନସଭା ଅଧିବେଶନ । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଆଜିର ବିଧାନସଭାରେ ତେଲ ତାତି ଦେଖିବାକୁ ମିଳିଛି । ତେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇଛି । ତେଲ ଦର କଂଗ୍ରେସ ସମୟରେ କମ୍ ଥିଲା ମୋଦି ସରକାରଙ୍କ ସମୟରେ ବଢ଼ିଲା । ମହାମାରୀ ସମୟରେ ମୋଦି ସରକାର ପେଟ୍ରୋଲରେ ୧୦ଟଙ୍କା ଓ ଡ଼ିଜେଲରେ ୧୩ ଟଙ୍କା ବଢାଇଛନ୍ତି ।

ରନ୍ଧନ ଗ୍ୟାସ ଦର ୮ଶହ ଟଙ୍କାରେ ପହଂଚିଲାଣି । ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଉପରେ ୪ଟଙ୍କା ବଢାଇଲେଣି ବୋଲି ଆଜି ଗୃହରେ କଂଗ୍ରେସ ଅଭିଯୋଗ କରିଛି । ବିଜେଡ଼ି ବିଜେପି ଗ୍ୟାସ ଟାଙ୍କି ଧରି ଆନ୍ଦୋଳନ କରୁଥିବା ବେଳେ ଏବେ କୁଆଡ଼େ ଗଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେଣୁ କେନ୍ଦ୍ର ସରକାର ବଢାଇଥିବା ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାର ବଢାଇଥିବା ଭ୍ୟାଟ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏନେଇ ଆଜି ଗୃହରେ ବିଜେଡ଼ି ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ।