ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଘାଇଲା ସରକାର: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଜିଦରେ ବସିଲେ ବିରୋଧୀ

207

କନକ ବ୍ୟୁରୋ: ବିଧାନସଭାରେ ହଙ୍ଗାମା କରୁଛନ୍ତି ବିରୋଧୀ । ଦିନ ତମାମ ଯେଉଁ ପ୍ରସଙ୍ଗରେ ହୋହଲ୍ଲା କରୁଛନ୍ତି ଏବେ ସେହି ପ୍ରସଙ୍ଗରେ ବିଧାନସଭାରେ ଧାରଣା ଦେଇଛନ୍ତି ବିରୋଧୀ । ଶିଶୁ ନିଖୋଜ ଓ ବଢୁଥିବା ଦୁଷ୍କର୍ମ ଘଟଣା ନେଇ ଗୃହରେ ହଟ୍ଟଗୋଳ କରୁଥିବା ବିରୋଧୀ ଅପରାହ୍ଣ ପରେ ଅଧିକ ସକ୍ରିୟ ହୋଇଛନ୍ତି । ଦୁଇଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅଡି ବସିଛନ୍ତି ବିରୋଧୀ ।


ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭା ଭିତରେ ବିଜେପି ସଦସ୍ୟ ଧାରଣାରେ ବସିଥିବା ବେଳେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛି କଂଗ୍ରେସ । ସକାଳ ଠାରୁ ସରକାରଙ୍କୁ ଘାଇଲା କରିଥିବା ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଜିଦ ଧରିଛନ୍ତି ।

ସେପଟେ ଆଜି ସକାଳ ଠାରୁ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ । ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଆଉ ନାବାଳିକା ନିଖୋଜ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ ବିରୋଧୀ । ହେଲେ ଉକ୍ତ ପ୍ରସଙ୍ଗରେ ଆଲୋଚନା ନହେବାରୁ ଗୃହ ଆରମ୍ଭରୁ ହୋହଲ୍ଲା, ନାରାବାଜି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି । ହଟ୍ଟଗୋଳ ପରେ ଦିନ ୧୨.୩୦ ଯାଏଁ ଓ ପରେ ଦିନ ୩ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ।

ମାତ୍ର ଗୃହରେ ଅଚଳା ଅବସ୍ଥା ଜାରି ରହିବା ଫଳରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ହେଲେ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବିଫଳ ହୋଇଥିଲା । ଆଉ ବିରୋଧୀମାନେ ବିଧାନସଭାରେ ଧାରଣା ଦେଇଛନ୍ତି ।