ମହାନଦୀର ଆହୁରି କମିବ ଜଳ ପ୍ରବାହ : ଆଗାମୀ ବର୍ଷରେ ଜଳ ପ୍ରବାହ କମିବ ବୋଲି ଗୃହରେ ମାନିଲେ ଜଳସଂପଦ ମନ୍ତ୍ରୀ

କହିଲେ, ଛତିଶଗଡ ବ୍ୟାରେଜ କରିଥିବାରୁ କ୍ରମାଗତ କମୁଛି ପାଣି; ଛତିଶଗଡରେ ମହାନଦୀ ପାଣି ଭର୍ତି, ଓଡିଶା ଆସିଲେ ଶୁଖିଲା

76

କନକ ବ୍ୟୁରୋ : ମହାନଦୀରେ କମିବ ପାଣି । ଗୃହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତର ଦେଇ ଏହା କହିଛନ୍ତି ଜଳ ସଂପଦ ମନ୍ତ୍ରୀ । ମହାନଦୀର ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ କରିଥିବାରୁ ଜଳ ପ୍ରବାହ ଆହୁରି କମିବା ଆଶଙ୍କା ଜାହିର କରିଛନ୍ତି । ଏଥିସହ ମନ୍ତ୍ରୀ ରଘୁନନ୍ଦନ ଦାଶ ଆଗାମୀ ବର୍ଷରେ ମହାନଦୀରେ ଆହୁର ଜଳ ପ୍ରବାହ କମିବ ବୋଲି ଗୃହରେ ସ୍ୱୀକାର କରିଛନ୍ତି ।

ଅଣମୌସୁମୀ କାଳରେ ଚଳିତ ବର୍ଷ ଜଳ ପ୍ରବାହ କମିଛି । ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ କରିଥିବାରୁ କ୍ରମାଗତ ଜଳ ପ୍ରବାହ କମୁଛି । ଗୋଟିଏ ପଟେ ଛତିଶଗଡ ମହାନଦୀରେ ଭରପୁର ଜଳ ରହୁଥିବା ବେଳେ ଓଡିଶାକୁ ଆସିଥିବା ମହାନୀଦରେ ଜଳଧାରା କମି କମି ଆସୁଛି । ଏସମସ୍ତ କଥା ଟ୍ରିବ୍ୟୁନାଲରେ ବିଚାରଧୀନ ରହିଛି ବୋଲି କହିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାଶ ।