ପୁଣି ବିଧାନସଭାରେ ଉଠିଲା ଧାନ କିଣା ପ୍ରସଙ୍ଗ : ଧାନ ବିକିବାକୁ ପଂଜିକରଣ କରିଛନ୍ତି ୧୪ ଲକ୍ଷ ୭୨ ହଜାର ଚାଷୀ, ୩୪ ଲକ୍ଷ ଲୋକଙ୍କୁ କେମିତି ଦିଆଗଲା କାଳିଆ ଟଙ୍କା

ଅଯୋଗ୍ୟ ହିତାଧୀକାରୀଙ୍କ ବିରୋଧରେ କାହିଁକି ହେଉନି ମାମଲା; ସରକାରଙ୍କୁ ନିଶାନା କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

72

କନକ ବ୍ୟୁରୋ : ପୁଣି ବିଧାନସଭାରେ ଧାନ କିଣା ପ୍ରସଙ୍ଗ ଉଠାଇ କଂଗ୍ରେସର ହୋ ହଲ୍ଲା । ଗୃହରେ ଧାନ କିଣା ପ୍ରସଙ୍ଗ ଉଠାଇ ସରକାରଙ୍କୁ ନିଶାନା କରିଛନ୍ତି କଂଗ୍ରେସ ଦଳର ନେତା ନରସିଂହ ମିଶ୍ର । ରାଜ୍ୟରେ ୧୪ ଲକ୍ଷ ୭୨ ହଜାର ଚାଷୀ ଧାନ ବିକ୍ରି କରିବା ପାଇଁ ପଂଜିକରଣ କରିଥିଲେ ମଧ୍ୟ କିପରି ୩୪ ଲକ୍ଷ ଲୋକଙ୍କୁ କାଳିଆ ଟଙ୍କା ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।

ପଂଜିକୃତ ହୋଇଥିବା ୨ ଲକ୍ଷ ୮୦ ହଜାର ଚାଷୀ ଧାନ ବିକ୍ରି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ଯଦି ସେମାନେ ଯୋଗ୍ୟ ନୁହଁନ୍ତି ସେମାନଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜ୍ଜୁ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ସେ । ଗୃହରେ ସମସ୍ତ ପ୍ରସଙ୍ଗ ଉଠାଉଥିଲେ ମଧ୍ୟ ବାଚସ୍ପତି ନିଦା ବିଷ୍ଣୁ ସାଜିଥିବା କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି । କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ରାଜ୍ୟର ଚାଷୀ ପାଉନଥିବା ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର ।