କେମିତି ହେବ ଏଥର ବିଧାନସଭାର ଚିତ୍ର, ବଢ଼ିଲା ଚର୍ଚ୍ଚା : ଗତ ବଜେଟ ଅଧିବେସନରେ ଦେଖିବାକୁ ମିଳିଥିଲା ରୋଚକ ଚିତ୍ର

ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗା ଠାରୁ ଆରମ୍ଭ କରି ବିଜେପି ବିଧାୟକଙ୍କ ସାନିଟାଇଜର ପିଇବାକୁ ଉଦ୍ୟମ ଘଟଣା ଦେଖିଥିଲା ସାରା ଓଡ଼ିଶା

103

କନକ ବ୍ୟୁରୋ : ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେସନ । ଗୃହକୁ ଅନେକ ଗୁରୁତ୍ୱପୁର୍ଣ୍ଣ ପସଙ୍ଗ ଅଛନ୍ନ କରିପାରେ । ଆଉ ଏ ସମୟରେ ମନେପଡ଼ୁଛି ଗତ ବିଧାନସଭା ଅଧିବେଶନର କଥା । ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗା ଘଟଣା ଗୃହରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ବିଜେପି ବିଧାୟକ ବିଷ୍ଣୁ ସେଠୀ, ମୋହନ ମାଝି ଓ ଜୟନାରାୟଣ ମିଶ୍ର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ପେନ୍, ପେପର, ଜୋତା ଫିଙ୍ଗିଥିବାର ସଙ୍ଗିନ୍ ଅଭିଯୋଗ ଆସିଥିଲା ।

ଏହି ଘଟଣାରେ ଏହି ୩ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରାଯାଇଥିଲା । ବିରୋଧି ବିଧାୟକମାନେ ରାତି ସାରା ଧାରଣା ଦେଇଥିବା ବେଳେ ବାଚସ୍ପତି ସେମାନଙ୍କ ନିକଟକୁ ଯାଇ ହାତ ଯୋଡ଼ି ଧାରଣା ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଥିଲେ । ସେହିପରି ଦେବଗଡ଼ର ବିଧାୟକ ସୁବାଷ ପାଣିଗ୍ରାହି ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିବା ବି ଗତ ବିଧାସଭାର ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା । ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରି ଗୃହର ଗରିମା ନଷ୍ଟ କରିଛନ୍ତି ବୋଲି ଶାସକ ବିଜେଡ଼ି ଅଭିଯୋଗ ଆଣିବା ସହିତ ଗୃହରେ ତମ୍ବି ତୋଫାନ ହୋଇଥିଲା ।