ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ।

183

କନକ ବ୍ୟୁରୋ: ସରିଲା ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ । ଚଳିତ ଅଧିବେଶନରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ଥିଲା । ସରକାରୀ କାର୍ଯ୍ୟ ଦିବସ ୭ଟା ଏବଂ ବେସରକାରୀ କାର୍ଯ୍ୟ ଦିବସ ଗୋଟିଏ ଥିଲା । ମୌସୁମୀ ଅଧିବେଶନରେ ଆସିଥିଲା ୩ଟି ମୁଲତବି ପ୍ରସ୍ତାବ । ଚଳିତ ଅଧିବେଶନରେ ପାରିତ ହୋଇଛି ୧୩ଟି ବିଲ୍ ।

ତେବେ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା, ନାରାବାଜି ଭିତରେ ବିଲ ସବୁ ପାରିତ ହୋଇଛି । ବିରୋଧୀ ପୁରୁଣା ପ୍ରସଙ୍ଗରେ ଆଲୋଚନା ପାଇଁ ଚାହୁଁଥିବାରୁ ଗୃହରେ ହଙ୍ଗାମା କରୁଥିଲେ । ତେବେ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଶେଷରେ ପ୍ରାଣ ହରାଇଥିବା ଦୁଷ୍ମନ୍ତଙ୍କ ମୃତ୍ୟୁ ନେଇ ରାଜନୀତି ବି ଜୋରଦାର ହୋଇଥିଲା ।  ସରକାରଙ୍କୁ ଘେରିଥିଲେ ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଲିସକୁ ଦାୟୀ କରିଛନ୍ତି ।  ସେପଟେ ଦୁଷ୍ମନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ମୋହନ ମାଝି । ଯାହାର ଉତ୍ତର ଦେଇଥିଲା  ବିଜେଡି ।

ସେପଟେ ଆଜି ଗୃହରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ରିପୋର୍ଟ ଉପସ୍ଥାପିତ କରିଛନ୍ତିା ଉଚ୍ଚଶିକ୍ଷା ଫଳାଫଳ, ଆର୍ଥିକ କ୍ଷେତ୍ର ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛିା ଏହାବାଦ ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଂକଳ୍ପ ଆସିଛି ।