ବିଧାନସଭା ମୌସୁମୀ ଅଧିବେଶର ଦ୍ୱିତୀୟ ଦିନ : ଶିକ୍ଷକ, ଅଙ୍ଗନବାଡି ସମେତ ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ହସ୍ତକ୍ଷେପ ପ୍ରସଙ୍ଗ ଉଠାଇ ଘେରିବେ ବିରୋଧୀ

61

କନକ ବ୍ୟୁରୋ : ଆଜି ବିଧାନସଭା ମୌସୁମୀ ଅଧିବେଶର ଦ୍ୱିତୀୟ ଦିନ । ସରଗରମ ହେବ ଅଧିବେଶନ । ବିରୋଧୀ ମାଳ ମାଳ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବେ । ପ୍ରମୁଖ ବିରୋଧୀ ବିଜେପି ରାଜ୍ୟରେ ଆଇନ ଶୃଙ୍ଖଳା, ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ହସ୍ତକ୍ଷେପ, ଚାଷୀ, ଶିକ୍ଷକ ଓ ଅଙ୍ଗନବାଡି ଦିଦିଙ୍କ ଆନ୍ଦୋଳନ ଏହିଭଳି ପ୍ରସଙ୍ଗ ଉଠାଇବାକୁ ଥିବା ବେଳେ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଠାଇବ ବୋଲି କହିଛି ।

ପୂର୍ବରୁ ଶାସକ ଦଳ କହିସାରିଛି ବିରୋଧୀଙ୍କୁ ଜବାବ ଦେବାକୁ ବିକାଶ ହେଉଛି ପ୍ରମୁଖ ଅସ୍ତ୍ର । ସେପଟେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପାଇଁ ଅନେକ ଆହ୍ୱାନ ରହିଛି । ବିରୋଧୀ-ଶାସକ ମୁହାଁମୁହିଁ ହେବେ । ଏପରି ସ୍ଥିତିରେ ନୂଆକରି ବାଚସ୍ପତି ହୋଇଥିବା ପ୍ରମିଳା ମଲ୍ଲିକ କିଭଳି ଉଭୟ ପକ୍ଷଙ୍କୁ ନେଇ ଗୃହ ପରିଚାଳନା କରୁଛନ୍ତି ତା ଉପରେ ନଜର ରହିଛି ।