କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି ସାଲେପୁର ଦୁଷ୍କର୍ମ ପୀଡିତା । ସେପଟେ ବିଧାନସଭାରେ ପ୍ରସଙ୍ଗ ଉଠାଇ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଙ୍ଗାମା

31

କନକ ବ୍ୟୁରୋ: ସାଲେପୁରର କୁନି ଝିଅକୁ ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭା ଦୋହଲିଛି । ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ । ସବୁ ବ୍ୟବସ୍ଥା ସତ୍ୱେ କିଭଳି ଦୁଷ୍କର୍ମ ହେଉଛି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ଥାନାରେ ମହିଳା ଡେସ୍କ ଖୋଲିଦେଲେ କଣ ଧର୍ଷଣ କମିଯିବ କି ବୋଲି ସେ ତାତ୍ସଲ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଉପରେ ଉତର ରଖିବାକୁ ସେ ଦାବି କରିଛନ୍ତି । ଏହା ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଛନ୍ତି, ଦୁଷ୍କର୍ମ ଅତ୍ୟନ୍ତ ଦୁଃଖଦ ଘଟଣା, ସମସ୍ତଙ୍କୁ ବାଧୁଛି । ତେବେ ପୋଲିସ ଦୋଷୀକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେଉଛି ।

ଉଲ୍ଳେଖଯୋଗ୍ୟ, ସେପଟେ କାଠୁଆ ଓ ଉନ୍ନାଓ ଦୁଷ୍କର୍ମ ଘଟଣାରେ ସାରାଦେଶ ଉଦବେଗ ପ୍ରକାଶ କରୁଥିବାବେଳେ ପୁଣି ଆସିଛି ଜଣେ ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାରର ଅଭିଯୋଗ । ସାଲେପୁରରେ ୬ ବର୍ଷର ଶିଶୁକନ୍ୟାକୁ ବାରଣ୍ଡାରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଅନୁଧ୍ୟାନ କରୁଛନ୍ତି ୧୩ ଜଣିଆ ଡାକ୍ତରୀ ଦଳ ।