କନକ ବ୍ୟୁରୋ: ନାଉଗାଁ ପ୍ରସଙ୍ଗରେ କାଲି ବିରୋଧୀ ନାକେଦମ କରିବା ପରେ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଜଗତସିଂହପୁର ନାଉଗାଁ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ତେବେ ନାଉଗାଁ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ଅଶ୍ଳୀଳ ଫଟୋ ମଧ୍ୟ ଜବତ କରାଯାଇଛି । ତେବେ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଏବେବି ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରୀ ବିବୃତି ରଖିଛନ୍ତି । ତାସହ ପୀଡିତାଙ୍କ ପରିବାରକୁ ଲକ୍ଷେ ଟଙ୍କାର କ୍ଷତିପୂରଣ ଦିଆଯାଇଥିବା ଉତ୍ତର ରଖିବା ବେଳେ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ।
ଗତକାଲି ନାଉଗାଁ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ । ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ଗୃହରେ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେବାକୁ ଅଡି ବସିଥିଲେ ଉଭୟ ବିଜେପି ଓ କଂଗ୍ରେସ । ତେବେ ନାଉଗାଁ ପ୍ରସଙ୍ଗରେ କାଲିନ ଦିନ ତମାମ ବିଧାନସଭାରେ ହୋହଲ୍ଲା, ହଙ୍ଗାମା ପରେ ଅପରାହ୍ଣରେ ବାଚସ୍ପତି ରୁଲିଂ ଦେଇଥିଲେ ଆଉ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/NAUGANN.jpg)