ବିଧାନସଭାରେ ଉଠିଲା କଲେଜ, ୟୁନିଭର୍ସିଟିରେ ମୋବାଇଲ ମନା କଥା । ସରକାର କି ପଦକ୍ଷେପ ନେଇଛନ୍ତି ଉତ୍ତର ଦେଲେ ମନ୍ତ୍ରୀ

Advertisment
କ୍ଲାସକୁ ମୋବାଇଲ ନେଇପାରିବେନି ଶିକ୍ଷକ । ପୁଣି ତାଗିଦ କଲା ଗଣଶିକ୍ଷା ବିଭାଗ, ନମାନିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: କଲେଜ କ୍ଲାସରୁମକୁ କେବେ ହେବ ମୋବାଇଲ ମନା ? ଶ୍ରେଣୀ ଗୃହରେ କେବେ ଠାରୁ ମୋବାଇ ବ୍ୟାନ ହେବ? ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଶ୍ରେଣୀ ଗୃହରେ ମୋବାଇଲ ମନା କେବେ ଠାରୁ ଲାଗୁ ହେବ ? ସରକାର ଦେଇଥିବା ଏ ପ୍ରସ୍ତାବ ଉପରେ କିଛି ପଦକ୍ଷେପ ନେଲେଣି କି? ପ୍ରସ୍ତାବ ଉପରେ କାର୍ଯ୍ୟକାରିତା କେତେ ବାଟ ଗଲାଣି?

କଲେଜ ଓ ୟୁନିଭର୍ସିଟିର କ୍ଲାସରୁମରେ ମୋବାଇଲ ଫୋନ ବ୍ୟବହାରର କଣକଣା ଉପରେ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ବ୍ୟୋମକେଶ ରାୟ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ ବ୍ୟୋମକେଶ । ଆଉ ବିଧାୟକଙ୍କ ପ୍ରଶ୍ନରେ ନିରାଶ ଭରା ଉତ୍ତର ଦେଇଛନ୍ତି ମନ୍ତ୍ରୀ । କଲେଜ, ୟୁନିଭର୍ସିଟିର କ୍ଲାସରୁମରେ ମୋବାଇଲ ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ସରକାର କିଛି ଭାବି ନାହାନ୍ତି । ବର୍ତ୍ତମାନ ସୁଦ୍ଧା ସେ ବାବଦରେ ସରକାର କିଛି ଚିନ୍ତା କରୁନଥିବା କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ତେବେ ମୋବାଇଲ ବ୍ୟାନ କଥା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଧାନସଭାକୁ ମୋବାଇଲ ମନା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେବା ପରେ ଏହା ହେଡଲାଇନ ପାଲଟିଛି । ତେବେ ବିଧାନସଭା ଭିତରକୁ ଆସିଲେ ବିଧାୟକମାନେ ମୋବାଇଲ ବନ୍ଦ କରି ଆସିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଆଉ ସେହି କଥାକୁ ଦୃଷ୍ଟିରେ ରଖି ବିଧାୟକ କଲେଜରେ ମୋବାଇଲ ବ୍ୟାନ କଥା ଉଠାଇ ଥାଇ ପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe