ବିଧାନସଭାରେ ବିରୋଧୀ ବନାମ ବିରୋଧୀ: କଂଗ୍ରେସ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଲା ବିଜେପି, ନିଜ ନିଜ ଆସନରେ ଛିଡା ହୋଇ ବିଧାୟକଙ୍କ ନାରାବାଜି

ଦିନ ୩ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

142

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀ ବନାମ ବିରୋଧୀ । ବିଜେପି ଓ କଂଗ୍ରେସ ସଦସ୍ୟ ଆଜି ଗୃହରେ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ବିଧାୟକ ମାନେ ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଛି ବିଜେପି । ଫଳରେ ବିଜେପି ସଦସ୍ୟମାନେ ପ୍ରତିବାଦ କରି ନିଜ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । କହିବାକୁ ସୁଯୋଗ ନଦେଲେ କକ୍ଷ ତ୍ୟାଗ କରିବାକୁ କହିଥିଲେ ବିଜେପି ସଦସ୍ୟ । ଫଳରେ ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ସେହିପରି ଗୃହରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ । ଗ୍ରାମ୍ୟ ଉନ୍ନୟନ୍ନ ମନ୍ତ୍ରୀ ସୁଶାନ୍ତ ସିଂ ଏନେଇ ଗୃହରେ ଉତର ରଖିଛନ୍ତି । ପିଏମଜିଏସୱାଇରେ ହୋଇଥିବା ରାସ୍ତାର ତ୍ରିସ୍ତରୀୟ ଯାଂଚ ହେଉଛି । ଯେଉଁ ଠିକାଦାର ଅବହେଳା କରୁଛନ୍ତି କାର୍ଯ୍ୟାନୁଷ୍ଠାନ ହେଉଥିବା କହିଛନ୍ତି ମନ୍ତ୍ରୀ । ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ବ୍ଲକ ଏବଂ ପଂଚାୟତ ଅଫିସରେ ଟୋଲ ଫ୍ରି ନମ୍ବର ସୋ କରାଯିବ ।ଦୁର୍ନୀତି ନେଇ ଲୋକେ ସିଧାସଳଖ ଅଭିଯୋଗ କରିପାରିବେ । ଅଭିଯୋଗ ଆସିବାର ୭ ଦିନ ଭିତରେ ତଦନ୍ତ ହେବ ଏବଂ ୬୦ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।

 

ଅନ୍ୟପଟେ, ବିଧାନସଭାରେ ପଟ୍ଟନାଇକିଆ ଛକରେ ଟ୍ରିପଲ ମର୍ଡର ଘଟଣା ମଧ୍ୟ ଉଠିଥିଲା । ଏନେଇ ଗୃହରେ ବିବୃତି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆଜି ଗୃହରେ ବିବୃତି ରଖିବେ । ଗତକାଲି ଗୃହରେ କେନ୍ଦ୍ରାପଡା ଗୁଳିକାଣ୍ଡ ଓ ପିପିଲି ଟ୍ରିପଲ ମର୍ଡର ଘଟଣା ଉଠାଇଥିଲେ ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ଅଡି ବସିଥିଲେ ବିରୋଧୀ । ଗତ ରବିବାର ଦିନ ବିଚ ରାସ୍ତାରେ ଗୋଟିଏ ପରିବାରର ୩ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ ଦୁର୍ବୃତ୍ତ ।