ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ହଙ୍ଗାମା କଲେ ବିଜେପି ସଦସ୍ୟ । ଗୃହକୁ ମୁଲତବି କଲେ ବାଚସ୍ପତି

Advertisment
ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ହଙ୍ଗାମା କଲେ ବିଜେପି ସଦସ୍ୟ । ଗୃହକୁ ମୁଲତବି କଲେ ବାଚସ୍ପତି

କନକ ବ୍ୟୁରୋ: ଆସନ୍ତାକାଲି ଯାଏଁ ଗୃହ ମୁଲତବି । ବିଧାନସଭାରେ ବିଜେପି ସଦସ୍ୟଙ୍କ ହୋହଲ୍ଲା ପାଇଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ତେବେ ଆଜି ଗୃହରେ ବାଚସ୍ପତି କହିବାକୁ ସୁଯୋଗ ଦେଉନଥିବା ବିରୋଧୀ ବିଜେପି ଅଭିଯୋଗ କରିଛି । ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବାରୁ ସେମାନେ ଗୃହରେ ହୋହଲ୍ଲା, ନାରାବାଜି କରିଥିଲେ । ଆଉ ଗୃହରେ ହଟ୍ଟଗୋଳ, ହଙ୍ଗାମା ପରେ ଘଣ୍ଟାଏ କି ଦୁଇ ଘଣ୍ଟା ପାଇଁ ନୁହେଁ ଆସନ୍ତାକାଲି ଯାଏଁ ମୁଲତବି ରଖିଲେ ବାଚସ୍ପତି ।

publive-image

ତେବେ ଆଜି ଗୃହରେ ଉଠିଥିଲା ନାଉଗାଁ ପ୍ରସଙ୍ଗ । ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ଆତ୍ମହତ୍ୟା ପ୍ରସଙ୍ଗରେ କାଲି ବିରୋଧୀ ସରକାରଙ୍କୁ ଘେରିଥିଲେ । ବାଚସ୍ପତି ଉକ୍ତ ପ୍ରସଙ୍ଗରେ ଉତ୍ତର ରଖିବାକୁ ରୁଲିଂ ଦେଇଥିଲେ ଆଉ ଆଜି ନାଉଗାଁ ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ଅଶ୍ଳୀଳ ଫଟୋ ମଧ୍ୟ ଜବତ କରାଯାଇଛି । ତେବେ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଏବେବି ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରୀ ବିବୃତି ରଖିଛନ୍ତି । ତାସହ ପୀଡିତାଙ୍କ ପରିବାରକୁ ଲକ୍ଷେ ଟଙ୍କାର କ୍ଷତିପୂରଣ ଦିଆଯାଇଥିବା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe