ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବି । ବଜେଟ୍ ଅଧିବେଶନରେ ପ୍ରଥମ ଦିନରେ ଅଭିଭାଷଣରେ ମୋ ସରକାର ଓ ଫାଇଭ-ଟିକୁ ପ୍ରଶଂସା କଲେ ରାଜ୍ୟପାଳ

ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବି । ବଜେଟ୍ ଅଧିବେଶନରେ ପ୍ରଥମ ଦିନରେ ଅଭିଭାଷଣରେ ମୋ ସରକାର ଓ ଫାଇଭ-ଟିକୁ ପ୍ରଶଂସା କଲେ ରାଜ୍ୟପାଳ

କନକ ବ୍ୟୁରୋ: ଆଜି ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବା ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ ନବୀନ ସରକାରଙ୍କ ମୋ ସରକାର ଓ ଫାଇଭ-ଟିକୁ ବେଶ୍ ପ୍ରଶଂସା କରିଥିଲେ । କହିଲେ ଲୋକଙ୍କ ସୁବିଧା ପାଇଁ ମୋ ସରକାର କରାଯାଇଛି । ୫ଟି ଦ୍ୱାରା ସରକାର ଅଧିକ କ୍ରିୟାଶୀଳ ହୋଇଛି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏପରିକି ରାଜ୍ୟରୁ ଦାରିଦ୍ର୍ୟ ଦୂର କରିବା ପାଇଁ ନବୀନ ସରକାର ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ସହ ଓଡିଶା ସରକାରଙ୍କ କାଳିଆ ଯୋଜନାରେ ଚାଷୀ ଉପକୃତ ହେଉଛନ୍ତି କହିଥିଲେ ରାଜ୍ୟପାଳ ।

publive-image

ତେବେ ରାଜପାଳ ତାଙ୍କ ଅଭିଭାଷଣରେ ସରକାରଙ୍କୁ ପ୍ରଶଂସା କରିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି ଗୃହ ଆରମ୍ଭରୁ ହିଁ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ସଦସ୍ୟ । ଅନ୍ୟପଟେ ଆସନ୍ତାକାଲି ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe