ଆଇପ୍ୟାଡରେ ଉପସ୍ଥାପିତ ହେଲା ଓଡିଶା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଲେ ଉପସ୍ଥାପନା । ଇ-ବଜେଟ ଉପସ୍ଥାପନା କରିବାରେ ଓଡିଶା ଦେଶରେ ୨ୟ

774

କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ । ଚଳିତ ବଜେଟକୁ ପେପରଲେସ କଲେ ରାଜ୍ୟ ସରକାର । ଏଥର ବିନା କାଗଜ ପତ୍ରରେ ପଢାଗଲା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆଇପ୍ୟାଡରେ ବଜେଟ ଉପସ୍ଥାପନା କଲେ । ତେବେ ଗ୍ରୀନ ବଜେଟ ପାଇଁ ଇ-ବଜେଟ କରିବାରେ ଓଡିଶା ହେଉଛି ଦେଶରେ ୨ୟ ରାଜ୍ୟ । ଏଥିପାଇଁ ୧୦୦୦ ଗଛକୁ ଆମେ ବଞ୍ଚାଇ ପାରିଛୁ କହିଲେ ଅର୍ଥମନ୍ତ୍ରୀ ।

ତେବେ ଚଳିତ ବର୍ଷ ରାଜ୍ୟ ବଜେଟର ବ୍ୟୟ ଅଟକଳ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା । ପ୍ରଶାସନିକ ବ୍ୟୟ ପରିମାଣ ୬୫ ହଜାର ୬୫୫ କୋଟି । ବିପର୍ଯ୍ୟୟ ପ୍ରଶମନ ବାବଦରେ ବ୍ୟୟ ୩ ହଜାର ୨ ଶହ କୋଟି । କାଳିଆ ପାଇଁ ୩,୧୯୫ କୋଟି । କାଳିଆ ଯୋଜନାରେ ଏଯାଏଁ ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇଛୁ । କୃଷକଙ୍କ ସଶକ୍ତିକରଣ ପାଇଁ କାଳିଆକୁ ଚାଷୀଙ୍କ ପାଇଁ ସରକାର ସମପ୍ରି ଦେଇଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।