ଆସିଲା ବିଧାନସଭା କରୋନା ଟେଷ୍ଟ ରିପୋର୍ଟ । ପରୀକ୍ଷା ହୋଇଥିବା ୭୫୭ ମଧ୍ୟରୁ ୧୩୬ ପଜିଟିଭ ଚିହ୍ନଟ । 

496

କନକ ବ୍ୟୁରୋ : ଆସିଲା ବିଧାନସଭା କରୋନା ଟେଷ୍ଟ ରିପୋର୍ଟ । ପରୀକ୍ଷା ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ ହୋଇଥିଲା । ବର୍ତ୍ତମାନ ବିଧାନସଭା ବିଶୋଧନ କରାଯାଇ ଅଧିବେଶନ ଆରମ୍ଭ କରାଯିବ ।

ବିଧାନସଭା ପରିସରରେ କରୋନା ପରୀକ୍ଷା ନେଇ ନମୁନା ସଂଗ୍ରହ କରାଯାଇଥିଲା । ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ବିଧାନସଭା ପରିସରରେ ୬ଟି କାଉଣ୍ଟରରେ ନମୁନା ପରୀକ୍ଷା ବ୍ୟବସ୍ଥା ହୋଇଥିଲା । ପ୍ରାୟ ୪୦ ଜଣ ପ୍ରତିକ୍ଷା କରିବା ଭଳି ଦୁଇଟି ପ୍ରତିକ୍ଷାଳୟ ମଧ୍ୟ ହୋଇଥିଲା । ଯେଉଁଠି ଅପେକ୍ଷା କରି ଜଣେ ନମୁନା ଦେଇପାରିବ । ପ୍ରଥମ ଦିନରେ ୭୫୭ ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ନମୁନା ସଂଗ୍ରହ ହୋଇଥିଲା ।

ସେହିପରି ବାଚସ୍ପତିଙ୍କ ସମେତ ୨୦ ଜଣ ବିଧାୟକଙ୍କର ମଧ୍ୟ ପ୍ରଥମ ଦିନରେ ନମୁନା ସଂଗ୍ରହ ହୋଇଛି । ବର୍ତ୍ତମାନ ପୁଣି କରୋନା ପରୀକ୍ଷା ସହ ସୋମବାର ବିଧାନସଭା ପରିସରକୁ ବିଶୋଧନ କରାଯିବ । ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ ।