କନକ ବ୍ୟୁରୋ : ବିଧାନସଭାରେ ପାରିତ ହେଲା ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ୨୦୨୧ । ଓଡ଼ିଶାରେ ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ ଓଡ଼ିଶା ସମେତ ସମଗ୍ର ଦେଶରେ ନିଯୁକ୍ତି ନପାଇବାର ବ୍ୟବସ୍ଥା ଥିଲା । ସଂଶୋଧନ ଅନୁସାରେ ଓଡ଼ିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ , ଓଡ଼ିଶାରେ ପୁନଃ ନିଯୁକ୍ତି ପାଇବେ ନାହିଁ । ମାତ୍ର ଅନ୍ୟ ରାଜ୍ୟରେ ସେମାନଙ୍କୁ ନିଯୁକ୍ତି ପାଇପାରିବେ ।

Advertisment

ଏହାକୁ ନେଇ ବିରୋଧି ସଦସ୍ୟମାନେ ଜୋରଦାର ପ୍ରତିବାଦ କରିଛନ୍ତି । ବାଚସ୍ପତିଙ୍କ ପୋଡ଼ିୟମକୁ ଇୟର ଫୋନ ଓ କାଗଜ ଫୋପାଡ଼ିଛନ୍ତି ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ । ଏହାସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଛି । ବିଧାନସଭାରେ ଏପରି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା କୁହାଯାଉଛି । ବିନା ଆଲୋଚନାରେ ଗୃହରେ ବିଲ୍ ପାସ୍ ହୋଇଥିବାରୁ ଏହାର ପ୍ରତିବାଦରେ ବିରୋଧୀ ବିଜେପି ସଦସ୍ୟ ଏପରି କରିଥିବା କହିଛନ୍ତି ।