ଶେଷ ହେଲା ବିଧାନସଭା ବଜେଟ୍ ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଗୁଆ ସରିଲା ଅଧିବେଶନ । 

53

କନକ ବ୍ୟୁରୋ: ଶେଷ ହେଲା ବିଧାନସଭାର ବଜେଟ୍ ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଜି ବିଧାନସଭା ବଜେଟ୍ ଅଧିବେଶନକୁ ଶେଷ କରିଦିଆଯାଇଛି । ତେବେ ଏହି ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା । ଯେଉଁଥିରେ ସମୁଦାୟ ୯ଟି ବିଲ୍ ପାରିତ ହୋଇଥିଲା । ଏହାସହ ଏହି ଅଧିବେଶନରେ ଉଭୟ ଶାସକ ଓ ବିରୋଧୀଙ୍କ ହଙ୍ଗାମା ଦେଖିଥିଲା ବିଧାନସଭା । ବିଧାୟକଙ୍କ ସାନିଟାଇଜର ପିଇବା ପ୍ରସଙ୍ଗ, ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଗୃହ କମ୍ପିଥିଲା । ଚଳିତ ଅଧିବେଶନରେ ଗୃହରେ ତମାମ ଗୁରୁତ୍ୱପୂଣ୍ଣ ବିଲ୍ ମଧ୍ୟ ଆସିଥିଲା । ଚଳିତ ଆର୍ଥିକ ବର୍ଷର ବଜେଟ୍ ସହ ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ୍, ସମିତି ପଞ୍ଜୀକରଣ ସଂଶୋଧନ ବିଲ୍, ବ୍ୟୟ ମଞ୍ଜୁରୀ ବିଲ୍ ଭଳି ୯ଟି ଗୁରୁତ୍ୱପୂର୍ଣ୍ଣ ବିଧାନସଭାରେ ପାରିତ ହୋଇଥିଲା ।

Comments are closed.