ପରୀ ମୃତ୍ୟୁ ପ୍ରସଙ୍ଗରେ ଚାଲିପାରିଲାନି ବିଧାନସଭା: କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ବିରୋଧୀଙ୍କ ହଙ୍ଗାମା; ଦିନ ୩ଟା ଯାଏଁ ମୁଲତବୀ କଲେ ବାଚସ୍ପତି

ସର୍ବଦଳୀୟ ବୈଠକରେ ଆଲେଚନା ସତ୍ୱେ ଦାବିରେ ଅଡ଼ି ବସିଛନ୍ତି ବିରୋଧି

52

କନକ ବ୍ୟୁରୋ: ଗତ ତିନିଦିନ ହେଲା ବିଧାନସଭାକୁ ଅଚଳ କରି ରଖିଛି ନୟାଗଡ଼ରେ ୫ବର୍ଷର ଶିଶୁ ପରୀ ମୃତ୍ୟୁ ଘଟଣା । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ହୋହାଲ୍ଲା କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ । ଘଟଣାର ଏସଆଇଟି ତଦନ୍ତ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ପାଟିତୁଣ୍ଡ କରିଛନ୍ତି ବିରୋଧି ବିଧାୟକ ।

ଫଳରେ ଗୃହକୁ ୩୦ମିନିଟ ପାଇଁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡ଼କାଇଥିଲେ ବାଚସ୍ପତି । ହେଲେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ । ବାରମ୍ବାର ବୁଝାଇବା ସତ୍ୱେ ଗୃହରେ ହୋହଲ୍ଲା କରିଥିଲେ ଉଭୟ ବିଜେପି ଏବଂ କଂଗ୍ରେସ ବିଧାୟକମାନେ । ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ସେପଟେ, ଏହି ପ୍ରସଙ୍ଗରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଉଠିବା ପରଠାରୁ ସରକାରଙ୍କ ଉପରେ ବେଶ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି ବିରୋଧି । ବିଜେପି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପରୀ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବିଧାନସଭା ଅଭିମୁଖେ ବାହାରିଛି । ସେହିପରି ଭୁବନେଶ୍ୱର ଲୋୟର ପିଏମଜିରେ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କାର୍ଯ୍ୟକ୍ରମ ରହିଛି ।