ଅର୍ପଣ ଚାଉଳ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ । ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ

2,996

କନକ ବ୍ୟୁରୋ : ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅର୍ପଣ ଚାଉଳକୁ ନେଇ ବିଜେପି ଓ ବିଜେଡି ବିଧାୟକମାନଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ହଟ୍ଟଗୋଳ ଏତେ ଉଗ୍ରରୂପ ନେଇଥିଲା କି, ବିଜେପି ବିଧାୟକ ନାଉରୀ ନାୟକ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ ଭାଙ୍ଗିଦେଇଛନ୍ତି ।

ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ । ସେପଟେ ପରୀ ମାମଲାରେ ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ବିଧାୟକମାନେ ମଧ୍ୟ ହଟ୍ଟଗୋଳ କରିଥିଲେ । ଏସବୁ ଭିତରେ ବାଚସ୍ପତି ପ୍ରମିଳା ମଲ୍ଲିକା ଗୃହକୁ ୧ ଘଣ୍ଟା ପାଇଁ ମୁଲତବୀ ଘୋଷଣା କରିଛନ୍ତି ।