କନକ ବ୍ୟୁରୋ : ବାଜିଛି ୨୦୨୪ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ’୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ’ ୧୩, ମେ’ ୨୦, ମେ’ ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ । ଜୁନ ୪ ତାରିଖରେ ହେବ ମତଗଣନା
ନିର୍ବାଚନର ପର୍ବ, ଦେଶର ଗର୍ବ କହି ମୁଖ୍ୟ ନିର୍ବାଚନ କମିସନ ଘୋଷଣା କରିଛନ୍ତି ନିର୍ବାଚନ ତାରିଖ । ଜୁନ ମାସରେ ଶେଷ ହେବ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ଏହି ମହାପର୍ବ । ଦେଶରେ ଏପ୍ରିଲ ୧୯ ତାରିଖରେ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟ ଚାଲିବ । ଜୁନ ୧ ତାରିଖରେ ଶେଷ ହେବ ମତଦାନ । ତେବେ ଓଡ଼ିଶାର ବିଧାନସଭା ଓ ଲୋକସଭା ପାଇଁ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ନଜର ପକାନ୍ତୁ କେଉଁ ତାରିଖରେ କେତେ ଆସନ ପାଇଁ ମତଦାନ ହେବ ।
ଓଡ଼ିଶାରେ ନିର୍ବାଚନ
ପ୍ରଥମ ପର୍ଯ୍ୟାୟ – ମେ’ ୧୩ – ୪ ଲୋକସଭା ଓ ୨୮ ବିଧାନସଭା
ଦ୍ୱିତୀୟ ପର୍ଯ୍ୟାୟ – ମେ’ ୨୦ – ୫ ଲୋକସଭା ଓ ୩୫ ବିଧାନସଭା
ତୃତୀୟ ପର୍ଯ୍ୟାୟ – ମେ’ ୨୫ – ୬ ଲୋକସଭା ଓ ୪୨ ବିଧାନସଭା
ଚତୁର୍ଥ ପର୍ଯ୍ୟାୟ – ଜୁନ ୧ – ୬ ଲୋକସଭା ଓ ୪୨ ବିଧାନସଭା
ବାଇଟ : ରାଜୀବ କୁମାର, ମୁଖ୍ୟ ନିର୍ବାଚନ କମିସନର
ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୧୮ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି ।
ପ୍ରଥମ ପର୍ଯ୍ୟାୟ
ବିଜ୍ଞପ୍ତି - ୧୮ ଏପ୍ରିଲ
ନାମାଙ୍କନ ପତ୍ର ଶେଷ ତାରିଖ - ୨୫ ଏପ୍ରିଲ
ଯାଂଚ – ୨୬ ଏପ୍ରିଲ
ପ୍ରାର୍ଥୀପତ୍ର ପ୍ରତ୍ୟାହାର – ୨୯ ଏପ୍ରିଲ
ମତଦାନ - ମେ’ ୧୩
ସେହିପରି ଦ୍ୱିତାୟ ପର୍ଯ୍ୟାୟ
ବିଜ୍ଞପ୍ତି - ୨୬ ଏପ୍ରିଲ
ନାମାଙ୍କନ ପତ୍ର ଶେଷ ତାରିଖ – ମେ’ ୩
ଯାଂଚ – ମେ’ ୪
ପ୍ରାର୍ଥୀପତ୍ର ପ୍ରତ୍ୟାହାର – ମେ’ ୬
ମତଦାନ - ମେ’ ୨୦
ତୃତୀୟ ପର୍ଯ୍ୟାୟ
ବିଜ୍ଞପ୍ତି - ୨୯ ଏପ୍ରିଲ
ନାମାଙ୍କନ ପତ୍ର ଶେଷ ତାରିଖ – ମେ’ ୬
ଯାଂଚ – ମେ’ ୭
ପ୍ରାର୍ଥୀପତ୍ର ପ୍ରତ୍ୟାହାର – ମେ’ ୯
ମତଦାନ - ମେ’ ୨୫
ଚତୁର୍ଥ ପର୍ଯ୍ୟାୟ
ବିଜ୍ଞପ୍ତି – ମେ’ ୭
ନାମାଙ୍କନ ପତ୍ର ଶେଷ ତାରିଖ – ମେ’ ୧୪
ଯାଂଚ – ମେ’ ୧୫
ପ୍ରାର୍ଥୀପତ୍ର ପ୍ରତ୍ୟାହାର – ମେ’ ୧୭
ମତଦାନ - ଜୁନ ୧
ଜୁନ ୪ ତାରିଖରେ ହେବ ମତଗଣନା, ଜଣାପଡିବ ଏଥର କାହା ସପକ୍ଷରେ ମତ ଦେଇଛନ୍ତି ଜନତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/50.jpg)