ବିଧାନସଭା ମୁଲତବୀ ପ୍ରସଙ୍ଗ : କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଲା ବିଜେପି

କହିଲା, ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ଅନ୍ୟ ପ୍ରସଙ୍ଗ ଉଠାଉଛି କଂଗ୍ରେସ; ଆଜି କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇବାରୁ ୪ଟା ଯାଏଁ ମୁଲତବୀ ହୋଇଛି ଗୃହ

57

କନକ ବ୍ୟୁରୋ : ଆଜି ବି ଅଚଳ ହେଲା ବିଧାନସଭା । ଗୃହ ଆରମ୍ଭରୁ କଂଗ୍ରେସ ଷ୍ଟାଫ୍ ସିଲେକ୍ସନ୍ ଦୁର୍ନୀତି କଥା ଉଠାଇ ହୋ ହଲ୍ଲା ଆରମ୍ଭ କରିଦେଲା । ମାତ୍ର କେଇ ସେକେଣ୍ଡ ଭିତରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଦେଲେ । ତେବେ ଏହି ଘଟଣା ପରେ ବିଜେପି କଂଗ୍ରେସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି । ଦଳ କହିଛି, ମାହାଙ୍ଗା ଡ଼ବଲ ମର୍ଡ଼ର ପ୍ରସଙ୍ଗ ବଦଳାଇବା ପାଇଁ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଛି । ବିଜେପିର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, କଂଗ୍ରେସ ଜାଣିଛି ଯେ, ଏହା ବିଜେଡ଼ିକୁ ସୁହାଇବ ଏବଂ ମାହାଙ୍ଗା ହତ୍ୟା ଘଟଣା ଉପରେ ବିଧାନସଭାରେ ଆଲୋଚନା ହୋଇପାରିବ ନାହିଁ । ଜାଣିଶୁଣି କଂଗ୍ରେସ ଓ ବିଜେଡ଼ି ଏଭଳି ଏକ ଡ଼ିଲ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଗୃହ ମୁଲତବୀ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ଦେଇ କହିଲେ, ପ୍ରଶ୍ନକାଳ ଆରମ୍ଭରୁ ଆମେ ଦାବି କରିଥିଲୁ ଷ୍ଟାପ ସିଲେକ୍ସ ଦୁର୍ନୀତି ନେଇ ଆରମ୍ଭରୁ ଆଲୋକଚନା କରାଯାଉ । କିନ୍ତୁ ବାଚସ୍ପତି କିଛି ନଶୁଣି ଗୋଟିଏ ମିନିଟରେ ଗୃହକୁ ମୁଲତବୀ କରିଦେଲେ। ଅଚାନକ ଗୃହକୁ ମୁଲତବୀ କରିବା ଦୁର୍ଭାଗ୍ୟଜନକ । ବାଚସ୍ପତିଙ୍କ କର୍ତ୍ତବ୍ୟ ସମସ୍ତଙ୍କୁ ଡାକି ଆଲୋଚନା କରିବା କଥା । ସମସ୍ୟା ସମାଧାନ କରିବା କଥା । ଯଦି ସମାଧାନ ନ ହୁଏ ଗୃହକୁ ବନ୍ଦ କରିବେ । ସରକାରୀ ଦଳର ଇଚ୍ଛା ନାହିଁ ଆଲୋଚନା କରିବାକୁ । କିନ୍ତୁ ବାଚସ୍ପତି ଗୋଟିଏ ମିନିଟରେ ଗୃହକୁ ବନ୍ଦ କରି ଦେଉଛନ୍ତି । ବାଚସ୍ପତି ସରକାରୀ ଦଳରେ ବନ୍ଧା । ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି । ଏହା ଗଣତନ୍ତ୍ର ପାଇଁ ବିପଦ ।

ସେପଟେ, ବିଜେଡି ସରକାରୀ ଦଳମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କହିଲେ  ବିରୋଧୀଙ୍କ ଭିତରେ ବାଗୁଡି ଖେଳ ଚାଲିଛି । ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା । ନିର୍ଦ୍ଧିଷ୍ଟ ଭାବେ କିଛି କଥା ନ କହି ଲୋକଙ୍କ କାମରେ ଲାଗୁନଥିବା କଥାକୁ ଉଠାଉଛନ୍ତି । ଯେଉଁ ପ୍ରସଙ୍ଗ ଆସିବା କଥା ଆଣୁନାହାନ୍ତି । ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ । ବୁରୋଧୀ ଥାନା କୋର୍ଟ କଚେରୀ ହୋଇ ନିସ୍ପତି ନେଉଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଯେଉଁ କଥା ଆସିବ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ । ନିର୍ବାଚନ ମଣ୍ଡଳୀର ଚାଷୀ,କୋଭିଡ,ମରୁଡ଼ି ଭଳି ବହୁ ପ୍ରସଙ୍ଗ ଅଛି । ଛୋଟ ,କ୍ରିମିନାଲ କେସ ଆଲୋଚନା ପାଇଁ ଲୋକ ପଠାଇନାହାନ୍ତି । ସଠିକ ଫୋରମରେ ପ୍ରସଙ୍ଗ ଆଣିଲେ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ।