କନକ ବ୍ୟୁରୋ : ଗତକାଲି ଗାନ୍ଧୀ ଚର୍ଚ୍ଚା ପରେ ଆଜି ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା ବିଧାନସଭା । ପ୍ରଶ୍ନକାଳ ଠିକ୍ ଠାକ ଚାଲିଥିବା ବେଳେ ଶ୍ୱନ୍ୟ କାଳରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହଙ୍ଗାମା । ବିରେଶଧୀଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରି ଗୃହକୁ ଅଚଳ କରିଦେଇଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓକଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କହିବାକୁ ଦିଆଯାଇନଥିଲା ।
ଫଳରେ ବିଜେପି ଓ କଂଗ୍ରେସର ସଦସ୍ୟମାନେ ଗୃହକର ମଧ୍ୟ ଭାଗକୁ ଆସି ହଟଗୋଳ କରିଥିଲେ । ଅଚଳବସ୍ତା ଦୂର କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡ଼କାଇଥିଲେ । ତଥାପି କୌଣସି ସମାଧାନର ବାଟ ନବାହାରିବାରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/31-11.jpg)