କନକ ବ୍ୟୁରୋ :ପୁଣି ଧାନ କିଣା ପ୍ରସଙ୍ଗ ଉଠାଇ ବିଧାନସଭାକୁ ଅଚଳ କଲେ ବିଜେପି ସଦସ୍ୟ । ମଣ୍ଡିରେ କେତେ ଧାନ ଉଠିଛି ତାର ହିସାବ ଦାବି କରିବା ସହ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ ।

Advertisment

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଜି ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଏହି ସମୟରେ କେତେ ଧାନ ଉଠିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ବିଭାଗୀୟ ମନ୍ତ୍ରୀ । ତେଣୁ ହୋହାଲ୍ଲା କରିବାର ଆବଶ୍ୟକତାର ନାହିଁ ବୋଲି କହିଥିଲେ । ହେଲେ ବିଜେପି ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିବାରୁ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।