ଆଜି ବି ଚାଲିପାରିଲାନି ବିଧାନସଭା : ପାର୍ଲାମେଣ୍ଟର ଉଦାହରଣ ଦେଇ ବିଜେପିକୁ ଘେରିଲା କଂଗ୍ରେସ; ବିଜେଡି କହିଲା ବିକାଶର ବାଟ ଓଗାଳୁଛନ୍ତି ବିରୋଧୀ

126

କନକ ବ୍ୟୁରୋ : ଆଜି ବି ଚାଲିପାରିଲାନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ହଟଗୋଳ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦ ବାଦ, ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ସେପଟେ ଆଠ ଦିନ ହେଲା ବିରୋଧୀ ବିଧାନସଭା ଚଳାଇ ଦେଉନଥିବା କହି ବିଜେପିକୁ ଟାର୍ଗେଟ କରିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜନ୍ଦ୍ର ଢୋଲକିଆ । ଏହା କ’ଣ ଜନ ବିରୋଧୀ ନିହେଁ କି କହି ସେ ପ୍ରଶ୍ନ କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି ଗୃହକୁ ଚଳାଇ ନଦେବାକୁ ମଧ୍ୟ ଜନବିରୋଧୀ କୁହାଯିବ ବୋଲି ସେ କହିଛନ୍ତି । ଯେଉଁମାନେ ବିକାଶକୁ ଅଟକାଉଛନ୍ତି ସେମାନେ ଜନବିରୋଧୀ କି ନୁହେଁ ତାହା ୨୦୨୪ରେ ପ୍ରମାଣିତ ହେବ ବୋଲି କହିଛନ୍ତି ରାଜନ୍ଦ୍ର ଢୋଲକିଆ ।

ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହାକୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି ପାର୍ଲାମେଂଟରେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ନିଲମ୍ବିତ କରାଯାଇଥିଲା । ଯେଉଁଠି ଆଦାନୀ ମାମଲା ଉପରେ ଆଲୋଚନା ହୋଇପାରିଲାନି । ଏଠି ଦୁଇଟି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବା ଉଚିତ୍ ।