ବିଧାନସଭାରେ ଉଠିଲା କେନ୍ଦ୍ର କୃଷି ଆଇନ୍ ପ୍ରସଙ୍ଗ । ଗୃହରେ କଂଗ୍ରେସ ସଭ୍ୟଙ୍କ ହୋ-ହାଲ୍ଲା ଓ ନାରାବାଜି । ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି

71

କନକ ବ୍ୟୁରୋ : ଗୃହ ଆରମ୍ଭରୁ ହଟ୍ଟଗୋଳ । ବିଧାନସଭାରେ ଉଠିଲା କେନ୍ଦ୍ର କୃଷି ଆଇନ୍ ପ୍ରସଙ୍ଗ । ଗୃହରେ କଂଗ୍ରେସ ସଭ୍ୟଙ୍କ ହୋ-ହାଲ୍ଲା ଓ ନାରାବାଜି । ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । 

କିଛିଦିନ ବିଧାନସଭା ସୁରୁଖୁରୁରେ ଚାଲିବା ପରେ ଆଜି ପୁଣି ଗୃହରେ ହୋ-ହାଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି । ବାଚସ୍ପତି ଗୃହକୁ ପ୍ରବେଶ କରୁ କରୁ ଚାଷୀ ପ୍ରସଙ୍ଗ ନେଇ କଂଗ୍ରେସ ନାରାବାଜି ଆରମ୍ଭ କରିଦେଇଥିଲେ । କଂଗ୍ରେସ ନେତା ତାରା ବାହିନୀପତି ଚେୟାର ଉପରେ ଛିଡା ହୋଇ ନାରାବାଜି ଆରମ୍ଭ କରିଦେଇଥିଲେ । ବାଚସ୍ପତିଙ୍କ ଅନୁରଦ୍ଧ ପରେ ବି ଚୁପ ରହିନଥିଲା କଂଗ୍ରେସ । ପରେ ବାଧ୍ୟହୋଇ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି