କନକ ବ୍ୟୁରୋ : ରାଜଧାନୀରେ ଶହ ଶହ ଆଶାକର୍ମୀଙ୍କ ଆନ୍ଦୋଳନ । ପ୍ରତିବାଦ ବେଳେ ପୋଲିସ ସହ ଧସ୍ତାଧସ୍ତି । ୨୦ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ଆଶା କର୍ମୀ । ବିଧାନସଭା ଅଭିମୁଖେ ଯିବା ବେଳେ ତାଙ୍କୁ ଅଟକାଇଛି ପୋଲିସ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।
ଫଳରେ ସେହିଠାରେ ହିଁ ଆନ୍ଦୋଳନ କରିଛନ୍ତି ଆଶାକର୍ମୀ । ସ୍ଥାୟୀ କର୍ମଚାରୀ ମାନ୍ୟତା, ମାସିକ ୨୬ହଜାର ଟଙ୍କା ଦରମା, ୧୦ହଜାର ଟଙ୍କା ପେନ୍ସନ୍ ଆଦି ୨୦ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ଆଶା କର୍ମୀ । ନିଜ ଦାବି ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଜଣାଇଲା ପରେ ବି ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/21-19.jpg)