କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ଘଂଟା ଭିତରେ ୬ହଜାର ୭୩୬ ନୂଆ ଅକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୩୭୭୪ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୯୬୨ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୨୪ଘଂଟା ଭିତରେ ୪୬ହଜାର ୨୪୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୬୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ସର୍ବାଧିକ ୭୮୮, ସୁନ୍ଦରଗଡ଼ରୁ ୭୨୦, ଖୋର୍ଦ୍ଧାରୁ ୫୧୭, କଟକରୁ ୩୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Advertisment
ଯାଜପୁରରୁ ୩୭୪, ନବରଙ୍ଗପୁରରୁ ୨୮୨, ସମ୍ବଲପୁରରୁ ୩୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୭ଲକ୍ଷ ୩୨ହଜାର ୭୩୯କୁ ବୃଦ୍ଧି ପାଇଛି । ଏଥିରୁ ୬ଲକ୍ଷ ୨୩ହଜାର ୬୨୮ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ୬ହଜାର ୪୪୦ ରହିଛି । । ସେହିପରି ୨୪ଘଂଟା ଭିତରେ କରୋନା କାରଣରୁ ୩୪ଜଣଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/6-17.jpg)