କନକ ବ୍ୟୁରୋ : ବିଦେଶ ମାଟିରେ ଓଡ଼ିଆ କଳା ସଂସ୍କୃତିର ଝଲକ । ୫୨ ତମ ବାହାରିନ୍ ଜାତୀୟ ଦିବସ ପାଳନ ଅବସରରେ ବାହାରିନରେ ଶୋଭା ପାଇଥିଲା ଓଡିଶାର କଳା । ବାହାରିନ ସରକାରଙ୍କ ଦ୍ୱାରା ଜାତୀୟ ଷ୍ଟାଡିୟମରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଓଡିଶାର ସଂସ୍କୃତି, ହସ୍ତତନ୍ତ ଏବଂ ପର୍ଯ୍ୟଟନ ସୁବିଧାର ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ବିଶାଳ ପ୍ରଦର୍ଶନୀକୁ ବାହାରିନର ସାମାଜିକ ବିକାଶ ମନ୍ତ୍ରୀ ଓସାମାବିନ୍ ଅହମଦ ଖଲିଫା ଅଲ ଅସଫୁର ଉଦଘାଟନ କରିଥିଲେ ।

Advertisment

ଏହାପରେ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ । ଏହି ମଣ୍ଡପରେ ଓଡିଶାର ଆଦିବାସୀ ଉତ୍ପାଦ ସମେତ ପର୍ଯ୍ୟଟନ ସୁବିଧା, ଓଡିଶାର ପାରମ୍ପାରିକ ବସ୍ତ୍ର ଏବଂ ଓଡିଶା ହସ୍ତ ଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ରାଷ୍ଟ୍ରଦୂତ ବିନୋଦ କେ ଜାକୋବଙ୍କ ସମେତ ନେପାଳ , ଜଡାପାନ,କୋରିଆ, ରୁଷିଆ, ତୁର୍କୀ, ବାଂଲାଦେଶ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରଦୂତ ଓଡିଶା ମଣ୍ଡପ ପ୍ରଦର୍ଶନ କରିଥିଲେ । ଜଗନ୍ନାଥ ସଂସ୍କୃତି , ଓଡିଶାର ବାଣିଜ୍ୟ, ପର୍ଯ୍ୟଟନ, ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ସହ ବିଶ୍ୱ ଦରବାରରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ଏଭଳି ଉଦ୍ୟମ କରାଯାଇଥିବା କହିଛନ୍ତି ବାହାରିନ ଓଡିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ ଅରୁଣ ପ୍ରହରାଜ କହିଛନ୍ତି ।