ସୁରତରୁ ଗଂଜାମ ଆସୁଛନ୍ତି ପ୍ରବାସୀ ଓଡିଆ: ବସରେ ଥାଇ ଭିଡିଓ ସେୟାର କଲେ ଯାତ୍ରୀ; ଜନ୍ମମାଟିରେ ପହଞ୍ଚିବାକୁ ଅପେକ୍ଷା; ୪ଟି ବସରେ ଫେରୁଛନ୍ତି ୨୦୦ରୁ ଅଧିକ ଶ୍ରମିକ

ସେପଟେ, ସମୁଦ୍ର ରାସ୍ତାରେ ଛତ୍ରପୁର ଆର୍ଯ୍ୟପଲ୍ଲୀରେ ପହଚିଂଲେ ଚେନ୍ନାଇରେ ଫସିରହିଥିବା ୩୩ ଶ୍ରମିକ

1,002

କନକ ବ୍ୟୁରୋ: ଓଡିଶା ଫେରୁଛନ୍ତି ଗୁଜରାଟ ସୁରତରେ ଥିବା ପ୍ରବାସୀ ଓଡିଆ ।  ଓଡିଶା ଫେରୁଥିବାବେଳେ ଭିଡିଓ ମେସେଜ କରିଛନ୍ତି ବସରେ ଥିବା ଯାତ୍ରୀ ।  ଫେରିବା ବାଟକୁ ସମସ୍ତେ ଚାହିଁ ବସିଛନ୍ତି । ଗତକାଲି ୪ ଟି ବସ୍ରେ ଯାତ୍ରୀ ସୁରତରୁ ଓଡିଶା ଫେରିଥିଲେ । ୪ଟି ବସ୍ରେ ୨ଶହରୁ ଅଧିକ ଲୋକ ଓଡିଶା ଫେରୁଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେଇ ଏମାନେ ଓଡିଶା ଫେରୁଛନ୍ତି ।

ଗୁଜୁରାଟରେ କରୋନା ପରିସ୍ଥିତି ଅଧିକ ସଂକଟଜନକ ସ୍ଥିତିରେ ଥିବା ବେଳେ ସେମାନେ ଓଡିଶା ଫେରୁଛନ୍ତି । ସମସ୍ତ ଓଡିଆ ଗଂଜାମ ଜିଲ୍ଲାର ବୋଲି ଜଣାପଡିଛି । ଓଡିଶା ଫେରୁଥିବା ଏହି ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସୁରତରୁ ଫେରୁଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ କ୍ୱାରେନଟିନ୍ରେ ରଖାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ସମୁଦ୍ର ରାସ୍ତାରେ ଚେନ୍ନାଇରୁ ଗଂଜାମ । ଚେନ୍ନାଇରୁ ୩୩ ଜଣ ଶ୍ରମିକ ସମୁଦ୍ର ନେଇ ଗତକାଲି ବିଳମ୍ବିତ ରାତିରେ ଆସି ଛତ୍ରପୁର ଆର୍ଯ୍ୟପଲ୍ଲୀରେ ପହଚିଂଛନ୍ତି । ଏହି ୩୩ ଜଣ ଚେନ୍ନାଇର କାଶୀମେଡୁ ଫିସିଙ୍ଗ ହେରବର ନାମକ ଏକ ସଂସ୍ଥାରେ ଗତ ୪ ମାସ ହେଲା କାମ କରିଆସୁଥିଲେ । ତେବେ କରୋନା ଯୋଗୁଁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ । ତେବେ ଏମାନେ ୨ ଲକ୍ଷ ୧୦ ହଜାର ଟଙ୍କାରେ ଏହି ବୋଟ କିଣି ଗତ ଶୁକ୍ରବାର ଅର୍ଥାତ ୨୪ ତାରିଖରେ ଚେନ୍ନାଇରୁ ବାହାରିଥିଲେ । ବୋଟରେ ଆସୁଥିବା ୩୩ ଜଣଙ୍କ ମଧ୍ୟରେ ସାନ ଆର୍ଯ୍ୟପାଲ୍ଲୀ ଗାଁର ୨୧ ଜଣ, ମାର୍କଣ୍ଡି ଗାଁର ୫ ଜଣ, ସୋନପୁରର ଜଣେ, ରମେୟାପାଟଣାର ଜଣେ,ନୋଳିଆ ନୂଆଗାଁର ଜଣେ, ପୁରୀ ଜିଲ୍ଳାର ଜଣେ ଓ ଆନ୍ଧ୍ରପ୍ରଦେଶର ୨ ଜଣ ଶ୍ରମିକ ରହୁଛନ୍ତି ।