ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ରେଡ

Advertisment
ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ରେଡ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ପୁରୀ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ସଂଧ୍ୟାରାଣୀଙ୍କ ପୈତୃକ ଘର, ସମତେ ହାତୀଶାଳରେ ଥିବା ୪ ମହଲା କୋଠା, ଅଟା ମିଲ, ଅଙ୍ଗନୱାଡି କେନ୍ଦ୍ର ଓ ଡେଲାଙ୍ଗ ହାଟ ସାହିରେ ଥିବା  ଶଶୁର ଘରେ ମଧ୍ୟ ରେଡ ହୋଇଛି । ବର୍ତମାନ ଏହି ରେଡ ଜାରି ରହିଛି ।

ଭିଜିଲାନ୍ସ ସଂଧ୍ୟାରାଣୀଙ୍କ ପରିବାର ରହୁଥିବା ତାଙ୍କ ବାପାଙ୍କ ଘରେ, ବାଶେଳୀସାହିର ମାଛ ମାର୍କେଟ ନିକଟରେ ଥିବା ତ‌ାଙ୍କର ଏକ ଆଜବେଷ୍ଟ୍ ଘରେ, ପୁରୀ ସଦର ଥାନା ଅଞ୍ଚଳରେ ଥିବା ତାଙ୍କର ଆଉ ଏକ ଆଜ୍‌ବେଷ୍ଟ ଘରେ, ବାଶେଳୀସାହିର ଲୋକନାଥ ରୋଡ୍‌ର ହାତୀଶାଳରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ ବିଲ୍ଡିଂରେ, ହାତୀଶାଳରେ ଥିବା ତାଙ୍କ ଶଶୁର ଘରେ, ପୁରୀର ଦେଲେୱାରେରେ ଥିବା ତାଙ୍କ ସ୍ବାମୀଙ୍କ ଅଫିସ୍‌ରେ ଓ ବାଶେଳୀସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ସବୁ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe