ସୀମାରେ ଆନ୍ଧ୍ରର ଦାଦାଗିରି । ପଟାଙ୍ଗୀ ବ୍ଲକର ସୁନାବେଡା ଗାଁରେ ସ୍ଥିତି ପରଖିଲା କନକ ନ୍ୟୁଜ୍ । ଆନ୍ଧ୍ର ପ୍ରଶାସନ, ଓଡିଶାର ଫଳକ ଉପାଡି ଫିଙ୍ଗିବା ପରେ ତେଜୁଛି ବିବାଦ

101

କନକ ବ୍ୟୁରୋ : ତୁଟୁନି ଆନ୍ଧ୍ର ଓଡ଼ିଶାର ସୀମା ବିବାଦ । ସମ୍ବାଇ ପଚାଂୟତରେ ଦିନକୁ ଦିନ ଏହା ଯୋର ଧରିବାରେ ଲାଗିଛି । ଏବେ ଏହି ବିବାଦରେ ଆନ୍ଧ୍ର ନେତା ମାନେ ମଧ୍ୟ ନିଜର ପାରିବ। ପଣିଆ ଦେଖେଇଲେଣି । ଆଗକୁ ସ୍ଥିତି ଗମ୍ବିର ହେବାର ଦୃଶ୍ୟ ଜଳ ଜଳ ହୋଇ ଦେଖାଦେଉଛି ।

ଆନ୍ଧ୍ର-ଓଡିଶା ସୀମା ବିବାଦକୁ ନେଇ କୋରାପୁଟ ଜିଲ୍ଳା ପ୍ରଶାସନ ସମାଧାନର ବାଟ ଖୋଜୁଥିବା ବେଳେ ଆନ୍ଧ୍ର ପ୍ରଦେଶର କିଛି ନେତା, ବିବାଦର ଲଭକ୍ଷତି ହିସାବ କରୁଛନ୍ତି । କୋରାପୁଟ କୋଟିଆରେ ଓଡ଼ିଶା ସରକାରଙ୍କ ବିକାଶ ମୂଳକ କାମକୁ ସହି ନପାରି ଆନ୍ଧ୍ରର ନେତାମାନେ ଗୋଟିଏ ପରେ ଗୋଟିଏ ସୀମାନ୍ତ ଗାଁରେ ବିବାଦର ମଂଜି ବୁଣି ଚାଲିଛନ୍ତି । ପଟାଙ୍ଗି ବ୍ଳକ୍ ସମ୍ବାଇ ପଂଚାୟତର ୪ ଖଣ୍ଡ ଗାଁର ଲୋକଙ୍କୁ ଏକାଠି କରି ଓଡିଶା ସରକାରଙ୍କ ବିରୋଧରେ ମତେଇଛନ୍ତି ଆନ୍ଧ୍ର ନେତା । ହାତରେ ପ୍ଳାଏ କାର୍ଡ଼ ଧରି ରାଜ୍ୟ ସରାକରଙ୍କ ବିରୋଧରେ ନାରାବାଜି କରିଛନ୍ତି ଲୋକେ । ଆଉ ଏଭଳି ଦୃଶ୍ୟ ସୀମାନ୍ତ ବାସୀଙ୍କୁ ବିଚଳିତ କରିଛି ।

୧୫ ଦିନ ହେବ ପାଟାଙ୍ଗୀ ବ୍ଲକର- ଆନ୍ଧ୍ର-ଓଡିଶା ସୀମାରେ ରାସ୍ତା କାମ ଆରମ୍ଭ କରିଛି ଆନ୍ଧ୍ର ପ୍ରଶାସନ । ଓଡ଼ିଶା ସୀମାରେ ରାସ୍ତା ଯାଉଥିବାରୁ ଏହାକୁ ଓଡ଼ିଶା ସୀମାନ୍ତ ବାସୀ ବିରୋଧ କରିଛନ୍ତି । ଯାହାକୁ ନେଇ ଉତେଜନା ସୃଷ୍ଟି ହୋଇଛି । ଏହି କାମରେ ଆନ୍ଧ୍ର ଠିକାଦାର ନିଜର ସୀମାନ୍ତ କହି ଫଳକ ପୋତିଥିବା ବେଳେ କୋରାପୁଟ ଜିଲ୍ଳା ପ୍ରଶାସନ ସେ ଫଳକକୁ ବାହାର କରି ଓଡ଼ିଶା ଫଳକ ପୋତିଥିଲେ । ଯାହାକୁ ବିରୋଧ କରି ଆନ୍ଧ୍ର ସୀମାନ୍ତ ବାସୀ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ରାସ୍ତା ରୋକ କରିଥିଲେ । ଏହାସହ ଓଡ଼ିଶା ଲୋକଙ୍କୁ ଆନ୍ଧ ଯିବାକୁ ମନା କରିଦେଇଛନ୍ତି । ସେପଟେ ଖୁବ୍ ଶୀଘ୍ର ଏହି ବିବାଦର ସମାଧାନ କରାଯିବ ବୋଲି କୋରାପୁଟ ଜିଲ୍ଳାପାଳ କହିଛନ୍ତି ।