କୋଟିଆରେ ପୁଣି ମୁହାଁମୁହିଁ ହେଲେ ଆନ୍ଧ୍ର ଅଧିକାରୀ ଓ ପଟ୍ଟାଙ୍ଗୀ ବିଧାୟକ ।

116

କନକ ବ୍ୟୁରୋ : ପୁଣି କୋଟିଆରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଅଧିକାରୀ ଓ ପଟ୍ଟାଙ୍ଗୀ ବିଧାୟକ । ଓଡିଶାର ତମାମ ପ୍ରୟାସ ସତ୍ୱେ କୋରାପୁଟର ସୀମାନ୍ତ ଗାଁରେ ଆନ୍ଧ୍ର ତାର ଷଡଯନ୍ତ୍ର ଚଳାଇଛି । ଆଜି ଆନ୍ଧ୍ର ପ୍ରଦେଶର କିଛି ସରକାରୀ ଅଧିକାରୀ ଫାଟୁସିନେରୀ ଗାଁରେ ଆଙ୍ଗନୱାଡି କେନ୍ଦ୍ର ପାଇଁ ଏକ ଜାଗା ଚିହ୍ନଟ କରିବାକୁ ଆସିଥିଲେ । ଏପରିକି ଗାଁ ଲୋକଙ୍କୁ ନେଇ ଭୋଜି ଭାତର ଆୟୋଜନ ମଧ୍ୟ ହୋଇଥିଲା । ଏନେଇ ଖବର ପାଇବା ପରେ ସେଠାରେ ପହଂଚି ଯାଇଥିଲେ ପଟାଙ୍ଗୀ ବିଧାୟକ ପ୍ରିତମ ପାଢୀ । ଫଳରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ବଚସା ହୋଇଥିଲା । ପଟ୍ଟାଙ୍ଗୀ ବିଧାୟକ ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ପରେ ଶେଷରେ ଛତ୍ରଭଙ୍ଗ ଦେଇଛନ୍ତି ଆନ୍ଧ୍ର ସରକାରୀ ଅଧିକାରୀ ।