ଆସନ୍ତାକାଲି କୋଟିଆରେ ପଡିବ ଭୋଟ୍: ଓଡିଶା-ଆନ୍ଧ୍ର ସୀମା ସିଲ୍ କଲା ପୋଲିସ 

Advertisment
ଆସନ୍ତାକାଲି କୋଟିଆରେ ପଡିବ ଭୋଟ୍: ଓଡିଶା-ଆନ୍ଧ୍ର ସୀମା ସିଲ୍ କଲା ପୋଲିସ 

କନକ ବ୍ୟୁରୋ: ଆସନ୍ତାକାଲି କୋଟିଆରେ ପଡିବ ଭୋଟ୍ । ଭୋଟ ପୂର୍ବରୁ ଓଡିଶା-ଆନ୍ଧ୍ର ସୀମା ସିଲ୍ କଲା ପୋଲିସ । ସୀମା ସିଲ୍ ହୋଇଥିବା ସ୍ଥାନରେ ତମ୍ବୁ ଟାଣି ପହରା ଦେଉଛି ପୋଲିସ । ଓଡିଶା ସୀମାରେ ଗାଡି ଯାଞ୍ଚକୁ କଡାକଡି କରାଯାଇଛି । ଓଡିଶା ପରିଚୟପତ୍ର ଦେଖାଇଲେ ପ୍ରବେଶକୁ ଅନୁମତି ମିଳୁଛି ।

କୋଟିଆରେ ନିର୍ବାଚନ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଆନ୍ଧ୍ରର ଷଡ଼ଯନ୍ତ୍ର ହେଉ କି କୌଣସି ଅପ୍ରୀତିକର ପରିସ୍ଥିତି ହେଉ ତାକୁ ରୋକିବା ପାଇଁ କୋଟିଆରେ କଡ଼ା ସୁରକ୍ଷା କରଯାଇଛି । ଦିନରେ ପୋଲିସର ଗାଁ ଗାଁ ବୁଲି ପ୍ଳାଗ ମାର୍ଚ୍ଚ କରୁଥିବା ବେଳେ ରାତିରେ ପୋଲିସ ପାଳି କରି ପଇଁତରା ମାରୁଛି । ୨ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ସେପଟେ ଆସନ୍ତାକାଲି ଭୋଟ ପଡ଼ୁଥିବାରୁ ପୋଲିଂ ଅଧିକାରୀ ମାନେ କୋଟିଆରେ ପହଂଚିସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe