କନକ ବ୍ୟୁରୋ : କୋଟିଆ ଗ୍ରାମପୁଞ୍ଜରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡରୁ କରିବାର ଆନ୍ଧ୍ରର ଷଡଯନ୍ତ୍ର ଭିତରେ ଆସନ୍ତାକାଲି ପଡିବାକୁ ଯାଉଛି ଭୋଟ । ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ଆଜି ସିଲ୍ କରିଛି ଓଡିଶା ପ୍ରଶାସନ । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । କୋଟିଆରେ ସର୍ବଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଟକ୍କର ଦେଉଛନ୍ତି । ପୁଲିଂ ପାର୍ଟି ପହଞ୍ଚି ସାରିଛନ୍ତି, ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ବି ସରିଛି । ରାତି ପାହିଲେ ଭୋଟ ଦେବ କୋଟିଆ ଗ୍ରାମପୁଞ୍ଜ ।

ଆନ୍ଧ୍ରକୁ ମିଳିବ କଡା ଜବାବ । ଶୁକ୍ରବାର କୋଟିଆରେ ପଞ୍ଚାୟତ ଭୋଟ । ପ୍ରଶାସନ ପ୍ରସ୍ତୁତ, ଲୋକେ ବି ପ୍ରସ୍ତୁତ । ରାତି ପାହିଲେ ଆନ୍ଧ୍ର-ଓଡିଶା ବିବାଦର ବଡ କାରଣ ପାଲଟିଥିବା କୋରାପୁଟ କୋଟିଆରେ ପଡିବ ପଞ୍ଚାୟତ ଭୋଟ । ଏଥିପାଇଁ ପୁଲିସ ମାରୁଛି ପଇଁତରା, ଆଉ ପ୍ରଶାସନ ସାରିଛି ପ୍ରସ୍ତୁତି । ଗତବର୍ଷ ଆନ୍ଧ୍ର ଏଠାରେ ଏକତରଫା ନିର୍ବାଚନ କରିଥିଲା । ଏବେ ପାଳି ଓଡିଶାର । ପଞ୍ଚାୟତ ପାଇଁ ଭୋଟ୍ ପଡିବ । ପୋଲିଂ ପାର୍ଟି କୋଟିଆରେ ପହଞ୍ଚିସାରିଛନ୍ତି ।

ମାଟି ଆଗରେ ପାର୍ଟି ପଛରେ ନାରା ଦେଉଥିବା ଜିଲ୍ଳାର ଆଗଧାଡ଼ିର ରାଜନୈତିକ ଦଳ କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମନୋନିତ କରିଛନ୍ତି ଯାହାକୁ ଟକ୍କର ଦେଉଛନ୍ତି ଜଣେ ସ୍ୱାଧିନ ପ୍ରାର୍ଥୀ । ଆନ୍ଧ୍ରର ଷଡ଼ଯନ୍ତ୍ର ହେଉ କି କୌଣସି ଅପ୍ରିତିକର ପରିସ୍ଥିତି ହେଉ ତାକୁ ରୋକିବା ପାଇଁ କୋଟିଆରେ କଡ଼ା ସୁରକ୍ଷା କରଯାଇଛି । ଦିନରେ ପୋଲିସ ଗାଁ ଗାଁ ବୁଲି ପ୍ଳାଗ ମାର୍ଚ୍ଚ କରୁଥିବା ବେଳେ ରାତିରେ ପୋଲିସ ପାଳି କରି ପଇଁତରା ମାରୁଛି । ୨ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ବିଶୃଙ୍ଖଳା ହେଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଚେତାବନୀ ଦେଇଛି । କୋଟିଆରେ ଏଥର ୫ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏବେ ସମସ୍ତଙ୍କ ନଜର ରହିଛି କୋଟିଆରେ ଓଡିଶାର ଭୋଟ ଉପରେ ।