ଓଡିଶା ଆନ୍ଧ୍ର ସୀମା ବିବାଦର ହୋଇପାରେ ସମାଧାନ । ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୀମା ଚିହ୍ନଟ ନେଇ ବୈଠକ ଜାରି ।

42

କନକ ବ୍ୟୁରୋ : ସୀମା ନିର୍ଦ୍ଧାଣରେ ଲାଗିବ ବ୍ରେକ । ଦୀର୍ଘ ଦୀନ ଧରି ଲଗି ରହିଥିଲା ଆନ୍ଧ୍ର ଓଡ଼ିଶା ମଧ୍ୟରେ ସୀମାନ୍ତକୁ ନେଇ ବିବାଦ । ମିଳିଲା ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳର ପଥର ଚିହ୍ନ । ଉଭୟ ରାଜ୍ୟର ସୀମାନ୍ତ ଅଧିକାରୀଙ୍କ ମଧ୍ୟରେ ସୀମାନ୍ତ ସମ୍ବାଇରେ ଚାଲିଛି ବୈଠକ ସହ ସୀମା ନିର୍ଦ୍ଧାରଣ ପ୍ରକ୍ରୀୟା ।

ସୀମା ନିର୍ଦ୍ଧାରଣକୁ ନେଇ ସୀମାନ୍ତ ବାସୀଙ୍କ ମନରେ ବଡ଼ିଲା ଆଶା । କୋରାପୁଟ ଜିଲ୍ଳାର ପଟାଙ୍ଗୀ ବ୍ଳକର ସମ୍ବାଇ ଗ୍ରାମରେ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ଆଗେଇ ଆସିଛନ୍ତି ଉଭୟ ରାଜ୍ୟର ସ୍ଥାନୀୟ ଅଚଂଳର ପ୍ରସାଶନିକ ଅଧିକାରୀ । ସୀମାନ୍ତରେ ଶାନ୍ତି ଫେରାଇ ଆଣିବା ପାଇଁ ଚାଲିଛି ପ୍ରୟାସ । କୋରାପୁଟ ଜିଲ୍ଳା ତରଫରୁ ଜିଲ୍ଳାପାଳ ମଧୁସୁଦନ ମିଶ୍ର ଙ୍କ ନେତୃତ୍ୱରେ ଏକ ଟିମ ପ୍ରତିନିଧିତ୍ୱ କରୁଥିବା ବେଳେ ଆନ୍ଧ୍ର ର ପାଡ଼େରୁ ଅଚଂଳର ଆଇ ଟି ଡ଼ିଏର ପ୍ରୋଜେକ୍ଟ ଅଫିସର ସହ ବନ ବିଭାଗର ଏକ ଟିମ ପ୍ରତିନିଧିତ୍ୱ କରୁଛନ୍ତି ।

ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳରେ ୧୯୬୩ ମସିହାରେ ସେଟେଲମେଂଟ ପକ୍ଷରୁ ସୀମା ଚିହ୍ନଟ କରି ୬ ଟି ପଥର ପୋତାଯାଇଥିଲା । ତାକୁ ନେଇ ସୀମା ନିର୍ଦ୍ଧାଣର ପ୍ରକୃତ ବାଟ ବୋଲି ଉଭୟ ରାଜ୍ୟ ମଧ୍ୟରେ ଗତ ୩ ତାରିଖରେ ହୋଇଥିବା ପ୍ରଥମ ବୈଠକରେ ହୋଇଥିିଲା ନିଷ୍ପତି । ସେହି ସମୟରେ ୨ ଟି ପଥର କୁ ନେଇ ସହମତି ହୋଇଥିଲା ଆଉ ୪ ଟି ପଥର କୁ ନେଇ ସହମତି ହେବାର ଆଶା ଦେଖାଦେଇଛି ।

ପୂର୍ବରୁ ଏହି ସୀମା ବିବାଦକୁ ନେଇ ଉଭୟ ରାଜ୍ୟର ସୀମାନ୍ତ ବାସୀଙ୍କ ମଧ୍ୟରେ ଉତେଜନା ଲାଗିରହିଥିଲା, । ଏପରିକି ଆନ୍ଧ୍ରର ସୀମାନ୍ତ ବାସୀ ଓଡ଼ିଶା ସୀମାର ୬୦୦ ମିଟର ଭିତରକୁ ପଶି ଆସି ନି୍ଜର ସୀମା ନିର୍ଦ୍ଧାରଣ କରି ସ୍ଥାନୀୟ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କାମ ଆରମ୍ବ କରିଥିଲା ଆନ୍ଧ୍ର । ଯାହକୁ ବିରୋଧ କରିଥିଲା ପରେ ବିବାଦ ଗଣ୍ଡୋଗୋଳର ରୂପ ନେଇଥିଲା ।