ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା: ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ମାପଚୁପ; ଉଭୟ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ

ଦୀର୍ଘ ଦିନ ଧରି ଲାଗି ରହିଥିଲା ବିବାଦ

90

କନକ ବ୍ୟୁରୋ: ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା । ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ଚାଲିଛି ମାପଚୁପ । ଉଭୟ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜଶ୍ୱ ଅଧିକାରୀଙ୍କ ଉପସ୍ଥିତରେ ଚାଲିଛି ମାପଚୁପ । ଦୀର୍ଘ ଦିନ ଧରି ଓଡ଼ିଶାର ଗଜପତି ସୀମାନ୍ତରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରି ବିବାଦ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡିର ୧୨ ଜଣ ଭୂମିହୀନ ଚାଷୀଙ୍କୁ ୧୨ ଏକର ଜମି ଯୋଗାଇ ଦିଆଯାଇଥିଲା ।

ହେଲେ ବର୍ଷ ବର୍ଷ ଧରି ଆନ୍ଧ୍ର ଚାଷୀ ଅକ୍ତିଆରରେ ରଖି ଜୋର ଜବରଦସ୍ତ ଚାଷ କରୁଛନ୍ତି । ପୂର୍ବରୁ ଅନେକ ବାର ଉଭୟ ଚାଷୀ ମୁହାମୁହିଁ ହୋଇଥିଲେ । ବାରମ୍ବାର ଖବର ପ୍ରସାରଣ ପରେ ଗଜପତି ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ଉକ୍ତ ଅଂଚଳ ଗସ୍ତ କରି ସେହି ଜମି ଓଡ଼ିଶାର ବୋଲି ସ୍ପଷ୍ଟ କରିଥିଲେ । ତଥାବି ଆନ୍ଧ୍ର ଜମିରେ କାର୍ଯ୍ୟ କରିବାକୁ ଦେଉନଥିବା ହେତୁ ଆଜି ଉଭୟ ଜିଲ୍ଲା ପ୍ରଶାସନର ରାଜଶ୍ୱ ଅଧିକାରୀ, ତହସିଲଦାର ଓ ଅନ୍ୟ କର୍ମଚାରୀମାନଙ୍କ ସହାୟତାରେ ମାପଚୁପ ଜାରି ରହିଛି ।