ଆନ୍ଧ୍ରର ଚାଲାକିକୁ ଧରିଲା ଓଡିଶା: ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସତ୍ୱେ ପଟାଙ୍ଗୀର ସମ୍ବାଇରେ ହୋଇପାରୁନି ସୀମା ବିବାଦର ସମାଧାନ

ସୀମାନ୍ତରେ ଏକାଠି ହେଲେ ଓଡିଆ ନେତା । ମୁଖ୍ୟମନ୍ତ୍ରୀଙ୍କୁ କରିବେ ଫେରାଦ । ଆନ୍ଧ୍ରକୁ କଡା ଚେତାବନୀ

87

କନକ ବ୍ୟୁରୋ: କୋରାପୁଟ ପଟ୍ଟାଙ୍ଗୀ ବ୍ଲକ ସମ୍ବାଇ ପଂଚାୟତରେ ଚାଲିଥିବା ଆନ୍ଧ୍ର-ଓଡିଶା ସୀମା ବିବାଦର ହୋଇପାରୁନି ସମାଧାନ । ଶାନ୍ତ ପରିବେଶକୁ ଭଙ୍ଗ କରୁଛି ଆନ୍ଧ୍ରପ୍ରଦେଶ । ଫଳରେ ପୁଣି ଆନ୍ଧ୍ର-ଓଡିଶା ସୀମାରେ ତେଜିଛି ବିବାଦ । ପଥର ଚିହ୍ନକୁ ଭାଙ୍ଗିଦେଉଛି ଆନ୍ଧ୍ର । ଏବେ ଆନ୍ଧ୍ରକୁ କଡା ଜବାବ ଦେବାକୁ ଏକଜୁଟ ହୋଇଛନ୍ତି ଓଡିଶା ସୀମାନ୍ତ ବାସୀ । ଆନ୍ଧ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଓଡିଆ ନେତା ।

ଏମାନେ ସୀମାନ୍ତରେ ରାଲି କରିବା ସହ ସାବଧାନ ରହିବାକୁ ଚେତାବନୀ ଦେଇଛନ୍ତି । ଘଟଣାର ତଦନ୍ତ କରିବା ସହ ସମସ୍ତ ତଥ୍ୟ ସହ ମୁଖମନ୍ତ୍ରୀଙ୍କୁ ଜଣାଇବାକୁ ନିଷ୍ପତି ନେଇଛନ୍ତି ଏହି ନେତା । ଉଭୟ ରାଜ୍ୟର ସ୍ଥାନୀୟ ଅଂଚଳର ପ୍ରଶାସନିକ ଅଧିକାରୀ କେତେବେଳେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ଆଶା ଦେଖାଉଚନ୍ତି ତ କେତେବେଳେ ଆଲୋଚନା ପାଇଁ ଯୁକ୍ତି ବାଢୁଛନ୍ତିା ଆଉ ଏହାର ଭିତରେ ଆନ୍ଧ୍ର କରୁଛି ଚାଲାକି । ଆନ୍ଧ୍ର-ଓଡିଶା ସୀମାରେ ବାରମ୍ବାର ଉ୍ତେଜନା ସୃଷ୍ଟି କରୁଛି ଆନ୍ଧ୍ର । ଫଳରେ ସୀମାନ୍ତରେ ପୁଣି ଉତେଜନା ବୃଦ୍ଧି ପାଇଛି ।