ବିପଦରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର! ଆମିକସ୍ କ୍ୟୁରୀଙ୍କ ସ୍ଥିତି ଅନୁଧ୍ୟାନ ବେଳେ ଆସିଲା ସାଂଘାତିକ ଚିତ୍ର; ଗର୍ଭଗୃହରେ ଦବିଛି ୧୭ ଫୁଟ ବାଲି

Advertisment

କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ଚିନ୍ତା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଗତ ୩ ତାରିଖରେ ସିବିଆରଆଇ ବିଶେଷଜ୍ଞ ଟିମ୍ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ। ବିଶେଷଜ୍ଞ ଟିମର ଗସ୍ତକୁ ୧୦ ଦିନ ବିତିଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍ କ୍ୟୁରି ଏନ୍.କେ.ମହାନ୍ତି ଗତକାଲି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

publive-image

୧୯୦୩ ମସିହାରେ ମୁଖଶାଳାର ଗର୍ଭଗୃହରେ ଭର୍ତ୍ତି ହୋଇଥିବା ୧୦ ହଜାର ମେଟ୍ରିକ୍ ଟନ୍ ବାଲି ମଧ୍ୟରୁ ୧୭ ଫୁଟ୍ ବାଲି ଦବିଥିବା ନେଇ ଆମିକସ୍ କ୍ୟୁରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ସିବିଆରଆଇ ବିଶେଷଜ୍ଞ ଟିମଙ୍କ ରିପୋର୍ଟ ଆସିବା ପରେ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ମନ୍ଦିରକୁ ଲୁଣା ପବନରୁ ରକ୍ଷା କରିବା ପାଇଁ ମନ୍ଦିର ଚାରିପାଖରେ ବ୍ୟାପକ ବୃକ୍ଷରୋପଣ କରାଯିବା ସହ ନିୟମିତ ବ୍ୟବଧାନରେ କେମିକାଲ୍ ପ୍ରଲେପ ଦିଆଯିବ।

publive-image

ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ ଓ ଉନ୍ନତ ମାନର କେମିକାଲ୍ ବ୍ୟବହାର କରାଯିବ। ସେହିପରି ମନ୍ଦିରରେ ଜମି ରହୁଥିବା ବର୍ଷା ପାଣି ନିଷ୍କାସନ ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବ। ସଂପ୍ରତି ମନ୍ଦିର ଚାରିପାଖରେ ଲାଗିଥିବା ଲୁହା ପାଇପ୍ ଖୋଲାଯିବା କାର୍ଯ୍ୟ ଡିସେମ୍ବର ସୁଦ୍ଧା ସମାପ୍ତ ହେବ। ଲୁହା ପାଇପ୍ କଢ଼ାଯିବା ପରେ ମନ୍ଦିରର ସୁରକ୍ଷା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କଳଙ୍କି ପ୍ରତିରୋଧ ବିମ୍ କିମ୍ବା ଚ୍ୟାନେଲ୍ ଲଗାଯିବ ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe