କନକ ବ୍ୟୁରୋ: ଓଡ଼ିଶାକୁ ମିଳିପାରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ। ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଛି । ତେଣୁ ଓଡିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟରେ ପରିବର୍ତନ ହେବାକୁ ଯାଉଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଓଡିଶା ସମେତ ୫ ରାଜ୍ୟକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଦେବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଆସନ୍ତା ବଜେଟରେ ଏ ସଂକ୍ରାନ୍ତରେ ବଡ ନିଷ୍ପତ୍ତି ହୋଇପାରେ । ୬ ରାଜ୍ୟକୁ ମିଳିପାରେ ସ୍ୱତନ୍ତ୍ର ଅନୁଦାନ!

Advertisment

ବର୍ଷ ବର୍ଷ ଧରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରିଆସିଛି ଓଡିଶା । ତତକାଳୀନ ବିଜେଡି ସରକାର ଏହି ଦାବିକୁ ପ୍ରମୁଖ ପ୍ରସଙ୍ଗ କରି କେନ୍ଦ୍ରୀୟ ଅବହେଳାର ନାରା ଦେଇଆସୁଥିଲା । ଏବେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । ତେଣୁ ଓଡ଼ିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟରେ ପରିବର୍ତନ ହେବାକୁ ଯାଉଛି । ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଓଡିଶା ସମେତ ୫ ରାଜ୍ୟକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଦେବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଆସନ୍ତା ବଜେଟରେ ଏ ସଂକ୍ରାନ୍ତରେ ବଡ ନିଷ୍ପତ୍ତି ହୋଇପାରେ । ଓଡିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ଝାଡଖଣ୍ଡ ଓ ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇପାରେ ।

ସ୍ୱତନ୍ତ୍ର ଅନୁଦାନ କଣ ଓ କଣ ମିଳିବ ଲାଭ ?
୧୯୬୯ ମସିହାରେ ଏହି ସ୍ୱତନ୍ତ୍ର ଅନୁଦାନ ଆରମ୍ଭ ହୋଇଥିଲା
ଗରିବ ଓ ପାହାଡିଆ ଅଂଚଳକୁ ଏହି ଅନୁଦାନରେ ସାମିଲ କରାଯାଇଥିଲା
ଏହାଦ୍ୱାରା ରାଜ୍ୟଗୁଡିକ କେନ୍ଦ୍ରୀୟ ଯୋଜନାରେ ୯୦ ପ୍ରତିଶତ ଅର୍ଥ ପାଇବେ

କୁହାଯାଉଛି, ବିହାର ଓ ଆନ୍ଧ୍ରପ୍ରଦେଶ ସ୍ୱତନ୍ତ୍ର ଅନୁଦାନ ପାଇଁ ମୋଦି ସରକାରଙ୍କ ଉପରେ ଚାପ ପକାଉଛନ୍ତି । ଏହି ଦୁଇରାଜ୍ୟର ଶାସକ ଦଳ ତେଲୁଗୁଦେଶମ ପାର୍ଟି ଓ ଜେଡିୟୁର ସମର୍ଥନ ଉପରେ ମୋଦି ସରକାରଙ୍କ ଭାଗ୍ୟ ଝୁଲୁଛି । ସେପଟେ ଚଳିତବର୍ଷ ଶେଷଆଡକୁ ଝାଡଖଣ୍ଡ ନିର୍ବାଚନ ରହିଛି । ଜାମ୍ମୁ-କାଶ୍ମୀରରେ ବି ନିର୍ବାଚନ କରିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଆଉ ଓଡିଶାରେ ବି ବିଜେପିକୁ ପ୍ରଚଣ୍ଡ ଜନସମର୍ଥନ ମିଳିଥିବାରୁ ଏହାକୁ ଆଗକୁ ବଢାଇବା ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରୁଛନ୍ତି ମୋଦି ସରକାର । ଏପଟେ ଏହାକୁ ନେଇ ବିଜେଡି-ବିଜେପି ଭିତରେ ବୟାନବାଜି ତେଜିଛି । କେଉଁ ଭିତିରେ ରାଜ୍ୟଗୁଡିକୁ ସ୍ୱତନ୍ତ୍ର ଅନୁଦାନ ମିଳିବ, ତାହା ସ୍ଥିର କରିଛନ୍ତି ନୀତି ଆୟୋଗ । ତେଣୁ ସେହି ଆଧାରରେ ୬ଟି ରାଜ୍ୟକୁ ଅନୁଦାନ ଦେବାକୁ ଚିନ୍ତା କରୁଛନ୍ତି ମୋଦି ସରକାର ।