ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ : ପୂର୍ବାହ୍ନ ୧୧ଟାରେ ବାଚସ୍ପତି ଅଧ୍ୟକ୍ଷତାରେ ବସିବ ବୈଠକ

189

କନକ ବ୍ୟୁରୋ : ସୌସୁମୀ ଅଧିବେସନ ପୂର୍ବରୁ  ସର୍ବଦଳୀୟ ବୈଠକ ଡ଼ାକିଲେ ବାଚସ୍ପତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ହେବ ଏହି ବୈଠକ । ଆଗକୁ ମୌସୁମୀ ଅଧିବେସନ ଥିବା ବେଳେ କେମିତି ଚାଲିବ ଅଧିବେଶନ ସେନେଇ ହେବ ଆଲୋଚନା । ସେପ୍ଟମ୍ବର ୧ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି ।  ବିଧାନସଭାର କାର୍ଯ୍ୟବିଧି କେମିତି ଚାଲିବ ସେନେଇ  ସର୍ବଦଳୀୟ ବୈଠକ ଡାକିଠଛନ୍ତି ବାଚସ୍ପତି । ଏଥର  ଅଧିବେଶନ ସରଗରମ ହେବାକୁ ଯାଉଛି । ମାଳ ମାଳ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ।