ପୌର ନିର୍ବାଚନ ପାଇଁ ଆଜି ବସୁଛି ସର୍ବଦଳୀୟ ବୈଠକ : ପ୍ରକାଶ ପାଇବ ୱାର୍ଡ ଓ ବୁଥ ସ୍ତରୀୟ ଭୋଟର ତାଲିକା

Advertisment
ପୌର ନିର୍ବାଚନ ପାଇଁ ଆଜି ବସୁଛି ସର୍ବଦଳୀୟ ବୈଠକ : ପ୍ରକାଶ ପାଇବ ୱାର୍ଡ ଓ ବୁଥ ସ୍ତରୀୟ ଭୋଟର ତାଲିକା

କନକ ବ୍ୟୁରୋ : ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପ୍ରକାଶ ପାଇବ ୱାର୍ଡ ଏବଂ ବୁଥ ସ୍ତରୀୟ ଭୋଟର ତାଲିକା । ଏହା ସହ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ଦିନ ୧୧ଟା ୩୦ରେ ଗୀତଗୋବିନ୍ଦ ସଦନ ସଭାଗୃହରେ ହେବାକୁ ଥିବା ଏହି ବୈଠକରେ ଭୋଟର କାର୍ଡ ସଂଶୋଧନ ସହ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ନେଇ ରାଜନୈତିକ ଦଳ ଗୁଡିକ ସହ ଆଲୋଚନା କରାଯିବ । ବୈଠକରେ ପ୍ରତେକ ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ଯୋଗଦେବାକୁ ନିବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।

ତେବେ ପଂଚାୟତ ନିର୍ବାଚନ ବାଲଟ ପେପରରେ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ପୌର ନିର୍ବାଚନ ଇଭିଏମ୍ ମେସିନର ବ୍ୟବହାର କରାଯିବ । ଏଥିପାଇଁ ସବୁ ଜିଲ୍ଲାକୁ ଇଭିଏମ ମେସିନ୍ ପଠାସରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe