ଏଥର ବି ବିଧାନସଭାରେ ରହିବନି ପ୍ରଶ୍ନକାଳ : କୋଭିଡ କଟକଣା ଭିତରେ ସାଢେ ୪ ଘଂଟା ଚାଲିବ ବିଧାନସଭା

ପ୍ରଶ୍ନକାଳ ବାତିଲକୁ ବିଜେପି ଓ କଂଗ୍ରେସର ବିରୋଧ

93

କନକ ବ୍ୟୁରୋ : ବିଧାନସଭାରେ ଏଥର ବି ରହିବନି ପ୍ରଶ୍ନକାଳ । କୋଭିଡ ଗାଇଡଲାଇନ ଅନୁସାରେ ଚାଲିବ ଗୃହ । ଦିନକୁ ସାଢେ ଚାରିଘଂଟା ପାଇଁ ହେବ ବିଧାନସଭା । ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି, କୋଭିଡ ପରିସ୍ଥିତି ପାଇଁ ଷ୍ଟାର ପ୍ରଶ୍ନ ବନ୍ଦ ହେବ । ୨୦ ତାରିଖ ଅଧିବେଶନ ଆରମ୍ଭ ଦିନ ହିଁ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ ।

କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ କରାଯାଇଛି । ସର୍ବଦଳୀୟ ବୈଠକରେ ଅଧିବେଶନ ପରିଚାଳନା ନେଇ ଆଲୋଚନା ହୋଇଛି । ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି ବିରୋଧୀ । ନରସିଂହ ମିଶ୍ର କହିଛନ୍ତି, ଏହା ଅଗଣତାନ୍ତ୍ରିକ । ପ୍ରଶ୍ନ ନନେବା ଆଗରୁ ପ୍ରଶ୍ନକାଳ ବାତିଲ କହିବା ସମ୍ବିଧାନ ବିରୋଧୀ ବେଆଇନ୍ କାମ , ଆମେ ଏହାର ଦୃଢ ପ୍ରତିବାଦ କରୁଛୁ । ସେପଟେ ପ୍ରଦୀପ ନାୟକ କହିଛନ୍ତି , ବିଧାନସଭା ୪ ଘଣ୍ଟା ଚାଲିବ କାହାକୁ କରୋନା ହେବନାହିଁ ଆଉ ପ୍ରଶ୍ନକାଳ ପାଇଁ ଘଣ୍ଟାଏ ବଢିଗଲେ କ’ଣ କରୋନା ସଂକ୍ରମଣ ହୋଇଯିବ ।