ଲଗାତର ତୃତୀୟ ଦିନ ପାଇଁ ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା : ୨୯ଟି ଜିଲ୍ଲାରେ ୧୦୦ ତଳେ ସଂକ୍ରମଣ; ୧୩୮ ପିଲାଙ୍କୁ କରୋନା

261

କନକ ବ୍ୟୁରୋ : ରାଜ୍ୟରେ ପୁଣି ୧୩୮ ପିଲାଙ୍କୁ କରୋନା । ଲଗାତର ତୃତୀୟ ଦିନ ପାଇଁ ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୯୯୩ ଜଣ ସଂକ୍ରମିତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୫୭୮ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୧୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୯ଟି ଜିଲ୍ଲାରେ ଶହେ ତଳେ ରହିଛି ସଂକ୍ରମଣ । ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରେ ୧୮ ଜଣ, ବାଲେଶ୍ୱରରେ ୩୦ ଜଣ, ବରଗଡରେ ୧୦ ଜଣ, ଭଦ୍ରକରେ ୧୨, ବଲାଙ୍ଗୀରରେ ୧୩, ବୌଦ୍ଧରେ ଜଣେ, କଟକରେ ୯୫, ଦେବଗଡରେ ୪, ଢେଙ୍କାନାଳରେ ୩୨, ଗଜପତିରେ ଜଣେ, ଗଞ୍ଜାମରେ ୫ ଜଣ, ଜଗତସିଂହପୁର ୫୧, ଯାଜପୁରରେ ୬୦, ଝାରସୁଗୁଡାରେ ୨ ଜଣ, କଳାହାଣ୍ଡିରେ ଜଣେ, କନ୍ଧମାଳରେ ୭ ଜଣ, କେନ୍ଦ୍ରାପଡାରେ ୧୫ ଜଣ, କେଉଁଝରରେ ୧୦ ଜଣ, କୋରାପୁଟରେ ଜଣେ, ମାଲକାନଗିରିରେ ଜଣେ, ମୟୁରଭଞ୍ଜରେ ୪୨ ଜଣ, ନବରଙ୍ଗପୁରରେ ଜଣେ, ନୟାଗଡରେ ୧୬ ଜଣ, ନୂଆପଡାରେ ଜଣେ, ପୁରୀରେ ୨୫ ଜଣ, ରାୟଗଡାରେ ୩, ସମ୍ବଲପୁରରେ ୧୧, ସୋନପୁରରେ ୫, ସୁନ୍ଦରଗଡରେ ୮ ଓ ଷ୍ଟେଟ ପୁଲରୁ ୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୯ଲକ୍ଷ ୮୦ ହଜାର ୪୭୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୯ହଜାର ୫୩୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିପରି ୨୪ ଘଂଟା ଭିତରେ ୬୯ ହଜାର ୮ଟି ନମୂନା ପରୀକ୍ଷା ହୋଇଛି । ପଜିଟିଭ ହାର ୧ ଦଶମିକ ୪୩ ପ୍ରତିଶତ ରହିଛି । ସେପଟେ ୬୫ ମୃତ୍ୟୁର ହିସାବ ଦେଇଛନ୍ତି ସରକାର ।