ରାଜ୍ୟରେ ୨୪ ଘଂଟାରେ ୫୯୩ ନୂଆ ଆକ୍ରାନ୍ତ, ୪ମୃତ : ଖୋର୍ଦ୍ଧାରୁ ସର୍ବାଧିକ ୨୯୦

Advertisment
ରାଜ୍ୟରେ ୨୪ ଘଂଟାରେ ୫୯୩ ନୂଆ ଆକ୍ରାନ୍ତ, ୪ମୃତ : ଖୋର୍ଦ୍ଧାରୁ ସର୍ବାଧିକ ୨୯୦

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୮୦ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୪୬ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୭ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଟକରୁ ୮୪, ମୟୁରଭଞ୍ଜରୁ ୨୭,ଜଗତସିଂହପୁରରୁ ୨୨, ପୁରୀ ୨୩, ଅନୁଗୁଳରୁ ୪, ବାଲେଶ୍ୱର ୧୧, ବରଗଡ ୧, ଭଦ୍ରକ ୪, ବଲାଙ୍ଗୀର ୧, ଦେବଗଡ ୨, ଢେଙ୍କାନାଳ ୪, ଗଞ୍ଜାମ ୨, ଯାଜପୁର ୧୪, କଳାହାଣ୍ଡି ୫, କନ୍ଧମାଳ ୧, କେନ୍ଦ୍ରାପଡା ୯, କୋରାପୁଟ ୧, ନୟାଗଡ ୪, ସମ୍ବଲପୁର ୯, ସୋନପୁର ୧, ସୁନ୍ଦରଗଡ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲରୁ ୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୪୧୨କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୦ ଲକ୍ଷ ୧୬ ହଜାର ୧୬୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୯୬୭ ରହିଛି । ୨୪ ଘଂଟାରେ କରୋନାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe