କ୍ରମାଗତ କମି ଚାଲିଛି ରାଜ୍ୟରେ କରୋନା ସଂକ୍ରମଣ : ୨୪ ଘଂଟାରେ ୫୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ; ପରୀକ୍ଷା ହେଲା ୬୮,୮୯୬ ନମୁନା

241

କନକ ବ୍ୟୁରୋ : କ୍ରମାଗତ କମି ଚାଲିଛି ରାଜ୍ୟରେ କରୋନା ସଂକ୍ରମଣ । ୨୪ ଘଂଟାରେ ୫ ହଜାର ୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗୋରଧରୁ ୩ ହଜାର ୩୩୨ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୨ ହଜାର ୫୬୪ ଜଣ । ଦୈନିକ ସଂକ୍ରମଣରେ ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୮୫୩ ସଂକ୍ରମିତ ଚିହ୍ନଟ ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୮୫ଜଣ, ବାଲେଶ୍ୱରରୁ ୩୭୩ଜଣ, ବରଗଡ଼ରୁ ୯୯ ଜଣ, ଭଦ୍ରକରୁ ୩୭୦ଜଣ, ବଲାଙ୍ଗୀରରୁ ୭୭ ଜଣ, ବୌଦ୍ଧରୁ ୭୩ଜଣ, କଟକରୁ ୩୪୯ଜଣ, ଦେବଗଡ଼ରୁ ୨୨ ଜଣ, ଢେଙ୍କାନାଳରୁ ୩୦୬ଜଣ, ଗଜପତିରୁ ୪୪ ଜଣ, ଗଞ୍ଜାମରୁ ୩୫ ଜଣ, ଜଗତସିଂହପୁରରୁ ୨୩୨ ଜଣ, ଯାଜପୁରରୁ ୪୧୩ ଜଣ, ଝାରସୁଗୁଡ଼ାରୁ ୫୪ ଜଣ, କଳାହାଣ୍ଡିରୁ ୫୩ ଜଣ, କନ୍ଧମାଳରୁ ୬୫ ଜଣ, କେନ୍ଦ୍ରାପଡ଼ାରୁ ୨୩୫ଜଣ, କେଉଁଝରରୁ ୧୩୦ଜଣ, ଖୋର୍ଦ୍ଧାରୁ ୮୫୩ ଜଣ, କୋରାପୁଟରୁ ୧୨୯ ଜଣ, ମାଲକାନଗିରିରୁ ୧୧୬ଜଣ, ମୟୁରଭଞ୍ଜରୁ ୨୬୧ଜଣ, ନବରଙ୍ଗପୁରରୁ ୧୭୪ ଜଣ, ନୟାଗଡ଼ରୁ ୧୭୭ଜଣ, ନୂଆପଡ଼ାରୁ ୩୭ ଜଣ, ପୁରୀରୁ ୨୪୧ଜଣ, ରାୟଗଡ଼ାରୁ ୧୬୬ ଜଣ, ସମ୍ୱଲପୁରରୁ ୯୨ଜଣ, ସୋନପୁରରୁ ୭୭, ସୁନ୍ଦରଗଡ଼ରୁ ୧୧୩ ଓ ଷ୍ଟେଟ ପୁଲରୁ ୧୪୫କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୨୫,୧୧୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୭,୪୭,୮୦୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭୪, ୧୭୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।