ରାଜ୍ୟରେ ୨୪ ଘଂଟାରେ ୪୦୭ ସଂକ୍ରମିତ, ୬ଜଣଙ୍କ ଗଲା ଜୀବନ : ୧୨ ଜିଲ୍ଲାରେ ଚିହ୍ନଟ ହୋଇନାହାନ୍ତି ନୂଆ ଆକ୍ରାନ୍ତ

93

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୭୪ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୨୩୮ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୬୯ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୨ ଜଣ, ବାଲେଶ୍ୱରରୁ ୯୧୬ ଜଣ, ଭଦ୍ରକରୁ ୧ ଜଣ, ବରଗଡ଼ରୁ ୨ ଜଣ, କଟକରୁ ୬୩ ଜଣ, ଜଗତସିଂହପୁରରୁ ୧୮ ଜଣ, ଯାଜପୁରରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, ଖୋର୍ଦ୍ଧାରୁ ୧୬୭ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୨୬ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୧୫ ଜଣ, ସମ୍ୱଲପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୨ ଜଣ ଓ ଷ୍ଟେଟ ପୁଲରୁ ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୩୬୬କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୦ ଲକ୍ଷ ୧୫ ହଜାର ୧୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ୭୮ରହିଛି । ୨୪ ଘଂଟାରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୧୨ ଜିଲ୍ଲାରେ ଚିହ୍ନଟ ହୋଇନାହାନ୍ତି ନୂଆ ଆକ୍ରାନ୍ତ ।