କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୩ ହଜାର ୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ସଂଗରୋଧରୁ ୨ ହଜାର ୬୯ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧ ହଜାର ୫୬୨ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଅନୁଗୁଳରୁ ୨୦୪ ଜଣ, ବାଲେଶ୍ୱରରୁ ୨୬୨ ଜଣ, ବରଗଡ଼ରୁ ୫୦ ଜଣ, ଭଦ୍ରକରୁ ୧୭୮ଜଣ, ବଲାଙ୍ଗୀରରୁ ୩୬ ଜଣ, ବୌଦ୍ଧରୁ ୮୪ ଜଣ, କଟକରୁ ୪୩୮ ଜଣ, ଦେବଗଡ଼ରୁ ୨୮ ଜଣ ଚିହ୍ନଟ ।

Advertisment

ସେହିପରି ଢେଙ୍କାନାଳରୁ ୧୧୪ ଜଣ, ଗଜପତିରୁ ୧୮ ଜଣ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୯୨ ଜଣ, ଯାଜପୁରରୁ ୩୦୫ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, କଳାହାଣ୍ଡିରୁ ୪୧ ଜଣ, କନ୍ଧମାଳରୁ ୪୮ ଜଣ, କେନ୍ଦ୍ରାପଡ଼ାରୁ ୧୨୦ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୮୦ ଜଣ, ମାଲକାନଗିରିରୁ ୫୬ ଜଣ, ମୟୁରଭଞ୍ଜରୁ ୧୧୨ ଜଣ, ନବରଙ୍ଗପୁରରୁ ୧୦୮ ଜଣ, ନୟାଗଡ଼ରୁ ୧୦୬ ଜଣ, ନୂଆପଡ଼ାରୁ ୧୯ ଜଣ, ପୁରୀରୁ ୧୯୯ ଜଣ, ରାୟଗଡ଼ାରୁ ୭୯ ଜଣ, ସମ୍ୱଲପୁରରୁ ୩୭ ଜଣ, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୮୩ ଓ ଷ୍ଟେଟ ପୁଲରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଦୈନିକ ସଂକ୍ରମିତ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୮ଲକ୍ଷ ୬୬ହଜାର୬୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୧୭ ହଜାର ୩୫୯ଜଣ । ଏବେ ବି ସକ୍ରିୟ ଅଛନ୍ତି ୪୫ ହଜାର ୮୦୯ଜଣ । ୬୩ ହଜାର ୪୨୧ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୫ ଦଶମିକ ୭୨ ପ୍ରତିଶତ । ସେହିପରି ଗୋଟିଏ ଦିନରେ ୩୯ ଜଣଙ୍କ ମୁଣ୍ଡ ନେଇଛି ଏହି ମହାମାରୀ । ଜୁନ ମାସ ପ୍ରଥମ ୧୭ ଦିନରେ ୧ଲକ୍ଷ ୧ ହଜାର ୬୬୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୭ ମୁଣ୍ଡ ନେଲା ମହାମାରୀ ।