ରାଜ୍ୟରେ ଖସୁଛି ସଂକ୍ରମଣ, କମୁନି ମୃତ୍ୟୁ : ୨୪ ଘଂଟାରେ ୩୫୩୫ ଆକ୍ରାନ୍ତ ଚିହ୍ନଟ, ୪୪ ମୃତ

198

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ମିଟର । ଧୀରେ ଧୀରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୩୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୦୧୬ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି । ସେହିପରି ଗୋଟିଏ ଦିନରେ ୪୪ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ।

ସେହିପରି ଯାଜପୁରରୁ ୩୪୮, କଟକରୁ ୩୨୦, ବାଲେଶ୍ୱରରୁ ୨୯୬, ଅନୁଗୁଳରୁ ୨୦୭, ପୁରୀରୁ ୧୮୭,ଭଦ୍ରକରୁ ୧୮୪, ମୟୂରଭଂଜରୁ ୧୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧  । ସେଥିରୁ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୧୧ହଜାର ୭୮୦ଜଣ  । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪୭ ହଜାର ୭୯୬ଜଣ । ୫୮ ହଜାର ୬୯୫ ନମୁନା ପରୀକ୍ଷା ହୋଇଛି । ପଜିଟିଭ ହାର ୬ ଦଶମିକ ୦୨ ପ୍ରତିଶତ ରହିଛି  । ୨୧ ଜିଲ୍ଲାରେ ୨ ଅଙ୍କ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା  ।

ଏପ୍ରିଲ ମାସରେ ରାଜ୍ୟରେ ୧ ଲକ୍ଷ ୧୩ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ  ।  ମେ’ ମାସରେ ୩ ଲକ୍ଷ ୨୦ ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି  । ସେହିପରି ଜୁନ ମାସରେ ପ୍ରଥମ ୧୬ ଦିନରେ ୯୮ ହଜାର ୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୭୮ ମୁଣ୍ଡ ନେଲାଣି ମହାମାରୀ  ।